ଭୁବନେଶ୍ୱରରେ ଖୋଲିବ ସମସ୍ତ ପାର୍କ । ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନରେ ସକାଳ ୫ରୁ ୧୦ ଓ ସନ୍ଧ୍ୟା ୪ରୁ ୬ ଯାଏ ରହିବ ଖୋଲା । ବିଏମସି ପକ୍ଷରୁ ଦିଆଗଲା ସୂଚନା ।

216

କନକ ବ୍ୟୁରୋ : ଭୁବେଶ୍ୱରରେ ଖୋଲିବ ସମସ୍ତ ପାର୍କ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବିଏମସି, ବିଡିଏ ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।  ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି | ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି | ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସପ୍ତାହର ଶନିବାର ଓ ରବିବାରକୁ ଛାଡି ଅନ୍ୟ ପାଂଚ ଦିନ ସକାଳ ୫ରୁ ୧୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହିବ ।

ତେବେ ବରିଷ୍ଠ ନାଗରିକମାନେ ପାର୍କକୁ ସକାଳ ୫ଟାରୁ ୭ଟା ଭିତରେ ପ୍ରବେଶ କରିପାରିବେ । ଏହି ସମୟରେ ଅନ୍ୟମାନଙ୍କୁ ପାର୍କ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିପରି ନିର୍ଦ୍ଧାରିତ ସମୟ ପରେ ବରିଷ୍ଠ ନାଗରିକମାନଙ୍କୁ ପାର୍କ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ । ସେହିପରି ସକାଳ ୫ଟାରୁ ୭ଟା ପରେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ପାର୍କରେ ରହିପାରିବେ ନାହିଁ | ପୂର୍ବରୁ କେହି ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍‌ ବ୍ୟବହାର କରିପାରିବେନି। ବୋଲି ନିୟମ ଜାରି କରାଯାଇଥିଲା | ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି। ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ମେ ୨୪ ତାରିଖରେ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତାଲାବନ୍ଦ କଟକଣା ଯୋଗୁଁ ପାର୍କ ଖୋଲିବା ଉପରେ କଟକଣା ଲାଗିଥିଲା ।