କନକ ବ୍ୟୁରୋ : ଶିଶୁ ଯୌନ ନିର୍ଯାତନା ରୋକିବାକୁ ଆଜିଠୁ ଗଡିବ ଓଡିଶା ପୁଲିସର ପରୀ ଏକ୍ସପ୍ରେସ୍ । ଆରମ୍ଭ କରିବ ସଚେତନତା କାର୍ଯ୍ୟକ୍ରମ । ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଜରିଆରେ ଗାଁ ଗାଁରେ ବୁଲିବ ପରୀ ଏକ୍ସପ୍ରେସ୍ । ଗୀତ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବ । କୁନି ଝିଅଟିଏ କିଭଳି ସୁରକ୍ଷିତ ଭାବରେ ବଡ ହେବ ସେ ନେଇ ସଚେତନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିବେ । ରାଜ୍ୟରେ ଦିନକୁ ଦିନ ଶିଶୁ ଯୌନ ନିର୍ଯାତନା ବୃଦ୍ଧି ପାଉଥିବାରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ରାଜ୍ୟ ପୁଲିସ୍ ।
ସୂଚନାଯୋଗ୍ୟ ସୋମବାର ସକାଳ ୧୦ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥକୁ ଉଦ୍ଘାଟନ କରିବେ । ରବିବାର କମିସନରେଟ ପୁଲିସ ପକ୍ଷରୁ ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଦୁଇଟି ପରୀ ରଥକୁ କଟକ, ଖୋର୍ଧା, ପୁରୀ ଓ ନୟାଗଡ଼ ୪ଟି ଜିଲ୍ଲା ପରିକ୍ରମା ପାଇଁ ପଠାଯିବ ।
୪ଟି ଜିଲ୍ଲାର ନୋଡ଼ାଲ ଅଫିସର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପରିକ୍ରମା ଆରମ୍ଭ କରିବେ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଆଜି ‘ପରୀ ରଥ’ର ଲୋଗୋ ଉନ୍ମୋଚନ କରାଯାଇଥିଲା । ସେହିପରି ‘ପରୀ ପାଇଁ କଥା ଟିଏ’ର ସଂଗୀତକୁ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ବୈଠକରେ ଆଇଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଆଇଜି ପର୍ସନାଲ ଅସିତ ପାଣିଗ୍ରାହୀ ଓ ୟୁନିସେଫ ଓଡ଼ିଶା ମୁଖ୍ୟ ୟୁମି ବେ ଉପସ୍ଥିତ ରହି ଏ ସଂପର୍କରେ ମତାମତ ରଖିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/1-52.jpg)
/kanak/media/post_attachments/wp-content/uploads/2018/05/2-46.jpg)