ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ : ସ୍ତ୍ରୀ ମୃତ, ବାପ-ପୁଅ ବୁର୍ଲା ମେଡିକାଲରେ ଭର୍ତ୍ତି

Advertisment
ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ : ସ୍ତ୍ରୀ ମୃତ, ବାପ-ପୁଅ ବୁର୍ଲା ମେଡିକାଲରେ ଭର୍ତ୍ତି

source-http://img01.ibnlive.in

କନକ ବ୍ୟୁରୋ : ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ  । ଘରେ କଳିକଜିଆ ଲାଗି ବିଷ ଖାଇ ଦେବାରୁ କତରବଗା ଥାନା ଅଧୀନ ଲଏଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତ ହେଉଛନ୍ତି ସୁବେର ମହାନ୍ଦିଆଙ୍କ ପତ୍ନୀ ୫୦ ବର୍ଷିୟ ବୈଦେହୀ ।

ସୂଚନା ଅନୁସାରେ, କୌଣସି କଥାକୁ କେନ୍ଦ୍ର କରି ସୁବେରଙ୍କ ପରିବାରେ ଦୁଇ ଦିନ ତଳେ ଭୀଷଣ ଝଗଡ଼ା ହୋଇଥିଲା। ଏବଂ ସେହି କଥାରୁ ଗତରାତିରେ ସୁବେର, ବୈଦେହୀ ଏବଂ ସେମାନଙ୍କ ବଡ଼ପୁଅ ସୁଶାନ୍ତ ଏକତ୍ର ବିଷ ପିଇ ଦେଇଥିଲେ।  ଚିକିତ୍ସା ନିମନ୍ତେ ଏମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୈଦେହୀଙ୍କର ମୃତ୍ୟୁ ହୋଇଯାଇଛି। ସୁବେର ଓ ସୁଶାନ୍ତ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe