କନକ ବ୍ୟୁରୋ : କେନ୍ଦ୍ରାପଡାରେ ଦବିଲା ହରିଦାସପୁର-ପାରାଦ୍ୱୀପ ରେଳଲାଇନ ପାଇଁ ତିଆରି ହେଉଥିବା ରାସ୍ତା । ମାର୍ଶାଘାଇ ଗୋସେଇବନ୍ଧ ଗାଁ ନିକଟରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି । ମାଟି ଦବିବା ସହ ରାସ୍ତାରେ ଦେଖିବାକୁ ମିଳିଛି ବଡ ବଡ ଫାଟ । କେବଳ ସେତିକି ନୁହଁ ଏହି ରେଳ ରାସ୍ତା ନିକଟରେ ଥିବା ଦୁଇଟି ଘରର କାନ୍ଥ ମଧ୍ୟ ଫାଟି ଯାଇଛି । ଏହାକୁ ନେଇ ଆତଙ୍କରେ ଅଛନ୍ତି ସ୍ଥାନୀୟ ଲୋକେ ।
ହରିଦାସପୁର-ପାରାଦୀପ ରେଳ ପଥ ପାଇଁ ଏବେ କାମ ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାସ୍ତା ଉପରେ ମାଟି କାମ ଚାଲିଛି । ହେଲେ ଏପରି ଭାବରେ ହଠାତ୍ ମାଟି ଦବି ଯିବା କଥା ସାମ୍ନାକୁ ଆସିବା ପରେ ଚାରିଆଡେ ଜୋର ଧରିଲାଣି ଚର୍ଚା । କାମରେ ନିମ୍ନ ମାନ ନା ଆଉ କିଛି କାରଣ ଏହାକୁ ନେଇ ଚର୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/RAIL.jpg)