କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପାଳଲହଡା ଅଂଚଳର ଜଣେ ଗରିବ ଆଦିବାସୀ ଯୁବକ । ପାଠ ପଢିବା ନିଶା ପାଇଁ ଅର୍ଥକୁ ବାଧକ ହେବାକୁ ଦେଇ ନାହାଁନ୍ତି ମେଧାବୀ ଛାତ୍ର ରଂଜିତ ନାୟକ । ଖବରକାଗଜ ବିକ୍ରି କରି ନିଜ ପଢା ଖର୍ଚ୍ଚ ବହନ କରୁଥିବା ଆଦିବାସୀ ଯୁବକ ରଂଜିତ ନାୟକଙ୍କ ସଂଘର୍ଷମୟ କାହାଣୀ ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ ।
ଆଦିବାସୀ ଯୁବକ ରଂଜିତ ନାୟକ । ସାଇକେଲରେ ଖବରକାଜ ଧରି ଗଳିଗଳି, ରାସ୍ତାରାସ୍ତା ବୁଲି ଖବରକାଗଜ ବାଂଟୁଛନ୍ତି । ଆଉ ଏପରି କରି ନିଜ ପଢା ଖର୍ଚ୍ଚ ନିଜେ ବହନ କରୁଛନ୍ତି ରଂଜିତ । ରଂଜିତ ପରିବାର ବେଶ ଗରିବ ହୋଇଥିବାବେଳେ, ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ନିଜ ପଢା ବୋଝ ବାପାଙ୍କ ଉପରେ ନଦେଇ ନିଜେ ବହନ କରୁଛନ୍ତି ରଂଜିତ । ଖବରକାଗଜ ବିକ୍ରି କରି ଉପାର୍ଜନ କରୁଥିବା ଅର୍ଥକୁ ନିଜ ପାଠପଢାରେ ଖର୍ଚ୍ଚ କରୁଛନ୍ତି ।
ପାଳଲହଡା ବ୍ଲକ ପେଚାମୁଣ୍ଡି ବ୍ଲକର ଲକ୍ଷ୍ମୀପ୍ରିୟାପୁର ଗାଁର ବାସିନ୍ଦା ରଂଜିତ ନାୟକ ଏବେ ମାଲ୍ୟଗିରି ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ଥିଲେ ରଂଜିତ । ଦଶମ ଓ ଯୁକ୍ତ ଦୁଇ କଳାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ରଂଜିତ । ଆଉ ଅଧିକ ପଢିବା ପାଇଁ ଅର୍ଥକୁ ବାଧକ ହେବାକୁ ଦେଇ ନାହାଁନ୍ତି । ଯାହା ପାଇଁ ନିଜେ ଖବରକାଗଜ ବିକ୍ରି କରି ପାଠପଢୁଛନ୍ତି । ରଂଜିତଙ୍କ ଭଳି ମେଧାବୀ ଛାତ୍ରଙ୍କ ପାଠପଢାର ଏଭଳି ନିଶା ଦେଖି ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଆଗାମୀ ଦିନରେ ତାଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ ବଂଟନ ଯୋଜନା ନିକଟ ଅତିତରେ ଏକ ଲାପଟପ ସରକାରଙ୍କ ତରଫରୁ ପାଇଛନ୍ତି ରଂଜିତ । ଏଭଳି ସହାୟତା ମିଳିଲେ ଭବିଷ୍ୟତରେ ଉଚ୍ଚଶିକ୍ଷା ପାଇ ପାରିବେ ବୋଲି ରଂଜିତ କହିଛନ୍ତି । ପାଠପଢା ପାଇଁ ରଂଜିତ ନାୟକଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/PAPER_00124.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-03-at-9.45.37-AM-300x224.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-03-at-9.45.27-AM-300x225.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-03-at-9.45.58-AM-300x226.png)