କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ବାରମ୍ବାର ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି । ଏଲଓସିର ପୁଂଛରେ ଦୁଇ ପାକିସ୍ତାନୀ ବିମାନକୁ ଦେଖିବାକୁ ମିଳିଛି । ଜମ୍ମୁ-କଶ୍ମୀର ଅନ୍ତର୍ଗତ ଭାରତ-ପାକ ସୀମାର ନିୟନ୍ତ୍ରଣ ରେଖା ପାଖାପାଖି ଗତକାଲି ବିଳମ୍ବିତ ରାତିରେ ୨ଟି ପାକିସ୍ତାନୀ ଯୁଦ୍ଧ ବିମାନ ( ସୁପରସୋନିକ ଜେଟ୍) ଉଡୁଥିବାର ଦେଖିବାକୁ ମିଳିଥିଲା ।
ସୀମାରେ କଡ଼ା ନଜର ରଖିଥିବା ଭାରତୀୟ ବାୟୁସେନା ଏହି ଦୁଇ ବିମାନକୁ ଦେଖିବାକୁ ପାଇଥିଲା । ବାୟୁସେନା ପକ୍ଷରୁ ସୂଚନା ଅନୁସାରେ ବିମାନ ଦୁଇଟି ଖୁବ୍ ଜୋର୍ରେ ଜମ୍ମୁ-କଶ୍ମୀର ସୀମା ନିୟନ୍ତ୍ରଣ ରେଖା ଭାରତୀୟ ନିକଟରେ ଉଡୁଥିଲେ । ଏହାପରେ ବାୟୁସେନା ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/six-F-16-CD-Block-52-fighter-jets.jpg)