ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ପାକିସ୍ତାନରେ ବ୍ୟାପକ ଫସଲହାନୀ : ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଇମ୍ରାନ୍ ସରକାର

486

କନକ ବ୍ୟୁରୋ : ପାକିସ୍ତାନରେ ପଙ୍ଗପାଳ ଆକ୍ରମଣ ‌ଯୋଗୁଁ ବ୍ୟାପକ ଫସଲହାନୀ ଘଟିଛି । ଏହି ସମସ୍ୟା ଏବେ ଅତି ଜଟିଳ ରୂପ ଧାରଣ କରିଛି ଏବଂ ପାକିସ୍ତାନ ସରକାର ଏହାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ପଙ୍ଗପାଳ ଆକ୍ରମଣରେ ପାକିସ୍ତାନର ସିନ୍ଧୁ ପ୍ରଦେଶ ପରେ ପଞ୍ଜାବରେ ବ୍ୟାପକ ମାତ୍ରାରେ ଫସଲ ଧ୍ବଂସ ହୋଇଛି ।

ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପଙ୍ଗପାଳଜନିତ ଫସଲ କ୍ଷୟକ୍ଷତିକୁ ଦେଶର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହି ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ପାକିସ୍ତାନର ୪ ପ୍ରଦେଶର ଅଧିକାରୀମାନେ ସାମିଲ ଥିଲେ । ଏଥିନେଇ ଏକ ଏନ୍‌ଏପି (ନ୍ୟାସନାଲ ଆକ୍ସନ ପ୍ଲାନ୍‌) ପ୍ରସ୍ତୁତ କରିବାକୁ ସରକାର ମଞ୍ଜୁର କରିଛନ୍ତି ।

ଗତ ୨୦୧୯ ମାର୍ଚ୍ଚରେ ପ୍ରଥମେ ପାକିସ୍ତାନର ସିନ୍ଧୁ ପ୍ରଦେଶ, ଦକ୍ଷିଣ ପଞ୍ଜାବ, ଖାଇବର ଆଦି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ୯,୦୦,୦୦୦ ହେକ୍ଟର ଚାଷ ଜମିକୁ ଧ୍ବଂସ କରିଦେଇଥିଲେ।