ଭାରତର ଆକ୍ସନ ପରେ ଚିହିଙ୍କି ଉଠିଲା ଶତ୍ରୁଦେଶ ! ସୀମାରେ ପାକିସ୍ତାନ ପଟୁ ଗୁଳିବର୍ଷା

Advertisment
ଭାରତର ଆକ୍ସନ ପରେ ଚିହିଙ୍କି ଉଠିଲା ଶତ୍ରୁଦେଶ ! ସୀମାରେ ପାକିସ୍ତାନ ପଟୁ ଗୁଳିବର୍ଷା

source : Blasphemy.ie

କନକ ବ୍ୟୁରୋ : ସୀମାରେ ପାକିସ୍ତାନ ପଟୁ ଗୁଳିବର୍ଷା ହେଉଛି । ଜମ୍ମୁ-କାଶ୍ମୀର ଏଲଓସି ପାଖରେ ଥିବା ପୁଂଛ ଓ ରଜୌରି ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଂଘନ କରିଛି । ପାକିସ୍ତାନ ପଟୁ ଗୁଳିବର୍ଷା ଜାରି ରହିଛି । ଅନ୍ୟପଟେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଗୁଳିବର୍ଷାର ଉପଯୁକ୍ତ ଜବାବ ଦେଉଛି ।

ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସି ଅତିକ୍ରମ କରି ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ ।

ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଭାରତୀୟ ସେନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡ୍କୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe