କନକ ବ୍ୟୁରୋ : ଚରମ ଆର୍ଥିକ ସଙ୍କଟ ଭିତରେ ବି ସୁଧୁରୁନି ପାକିସ୍ତାନ । ଦେଶରେ ଲୋକେ ଦାନା ମୁଠାଏ ପାଇବା ପାଇଁ ଡହକ ବିକଳ ହେଉଛନ୍ତି । ହେଲେ ଭାରତ ବିରୋଧୀ ଷଡ଼ଯନ୍ତ୍ର ବଳବତ୍ତର ରହିଛି । ଆତଙ୍କବାଦର ଆଡ୍ଡାସ୍ଥଳ ପାଲିଟିଥିବା ପାକିସ୍ତାନ ଆତଙ୍କବାଦ ପାଇଁ ବିଶ୍ୱସ୍ତରରେ ସବୁବେଳେ ନିନ୍ଦିତ ହେଉଛି । ଆତଙ୍କବାଦ ବିରୋଧରେ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଏଫଏଟିଏଫ୍ ଦ୍ୱାରା କଳାତାଲିକାଭୁକ୍ତ ହେବା ଏକପ୍ରକାରେ ନିଶ୍ଚିତ ହୋଇଛି । ତଥାପି ପାକିସ୍ତାନର ଆତଙ୍କୀ ପ୍ରେମ ତୁଟୁନି ।

ସର୍ଜିକାଲ ଷ୍ଟ୍ରାଇକ୍ ଆଉ ତା’ପରେ ବାଲାକୋଟ୍ ଷ୍ଟ୍ରାଇକ୍ । ଏସବୁ ପରେ ବି ପୁଣି ଆତଙ୍କୀ ବନାଉଛି ପଡ଼ୋଶୀ ଦେଶ । ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସବୁ ପ୍ରୟାସ ଜାରି ରଖିଛି । ଭାରତରେ ଆକ୍ରମଣ ପାଇଁ ସ୍ବତନ୍ତ୍ର ତାଲିମ ନେଉଛନ୍ତି ଆତଙ୍କବାଦୀ । ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ଜାରି ରଖିଛି । ଅନେକ ଆତଙ୍କବାଦୀ ଭାରତରେ ଆକ୍ରମଣ ‌ଯୋଜନା କରି ପ୍ରବେଶ କରି ସାରିଥିବା ବେଳେ ଆହୁରି ଅନେକ ଆତଙ୍କବାଦୀ ପ୍ରବେଶ ଅପେକ୍ଷାରେ ଅଛନ୍ତି । ପିଓକେ ନିକଟରେ ଆତଙ୍କୀ କ୍ୟାମ୍ପ ପୁଣି ସକ୍ରିୟ ହେବାରେ ଲାଗିଲେଣି । ଜମ୍ମୁ-କାଶ୍ମରୀର ୩୭୦ ହଟାଇବା ପରେ ରକ୍ତଚାଉଳ ଚୋବାଉଥିବା ପାକିସ୍ତାନା ଏଲଓସି ପିକଟରେ ପୁଣି ଆତଙ୍କୀଙ୍କୁ ପ୍ରଶିକ୍ଷଣ ଦେଉଛି । ଜମାତ–ଏ-ଇସଲାମୀ, ଜେଶ୍-ଏ-ମହମ୍ମଦ, ଲସ୍କର-ଏ -ତୋଏବା ହିଜବୁଲ ପରି ଭୟଙ୍କର ଆତଙ୍କବାଦୀ ସଂଗଠନକୁ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି । ପାକିସ୍ତାନର ଆତଙ୍କୀ କ୍ୟାମ୍ପ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଜମାତ – ଏ-ଇସଲାମୀ ଏହି କ୍ୟାମ୍ପର ନେତୃତ୍ୱ ନେଇଛି ।

ସୂତ୍ର ଅନୁସାରେ ଲୀପା, କାଲୁ ଓ କାଚାରବନ ଲଞ୍ଚିଂ ପ୍ୟାଡ଼ରେ ପାଖାପାଖି ୨୨୦ ଜଣ ସକ୍ରିୟ ଥିବାର ଗୁପ୍ତ ସୂଚନା ମିଳିଛି । ଆଉ ଏଥିରେ ପିଓକରେ ଲୀପା ଲଞ୍ଚିଂ ପ୍ୟାଡ଼ରେ ୧୦୦ରୁ ଅଧିକ ଆତଙ୍କୀ ସକ୍ରିୟ ଅଛନ୍ତି । ଆତଙ୍କବାଦୀ ମାନେ ଭାତରରେ ଅନୁପ୍ରବେଶ କରିବାପାଇଁ ଲଗାତାର ଉଦ୍ୟମ ଚଳାଇଛନ୍ତି ।