ପାକିସ୍ତାନର ଆତଙ୍କୀ ଷଡଯନ୍ତ୍ର : ୨୭୫ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଏଲଓସିରେ ୭ଟି ଲଞ୍ଚପ୍ୟାଡକୁ କାର୍ଯ୍ୟକ୍ଷମ କଲା ପାକ୍ 

1,655
କନକ ବ୍ୟୁରୋ : ଭାରତ ବିରୋଧରେ ପାକିସ୍ତାନର ଆତଙ୍କୀ ଷଡ଼ଯନ୍ତ୍ର । ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପଡ଼ୋଶୀ ଦେଶ ।  ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଏଲଓସିରେ ଏକାଧିକ ଆତଙ୍କବାଦୀ କ୍ୟାମ୍ପ ଓ ୭ଟି ଲଂଚ ପ୍ୟାଡକୁ ପୁଣି କାର୍ଯ୍ୟକ୍ଷମ କଲା ପାକିସ୍ତାନ । ଲାଇନ ଅଫ୍ କଂଟ୍ରୋଲ ଦେଇ ଜମ୍ମୁକାଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ପାଇଁ ୨୭୫ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି  ପାକିସ୍ତାନ । ଗୁଇନ୍ଦା ସୂଚନା ଅନୁଯାୟୀ ଏଲଓସି ଆରପଟରେ ଗୁରେଜରେ ୮୦, ମାଛଲରେ ୬୦, ନୂଆଗାଁରେ ୧୫  ଓ ରାମପୁରରେ ୧୦ ଜଣ ଆତଙ୍କବାଦୀ କ୍ୟାମ୍ପ କରି ଜମୁକାଶ୍ମୀର ଭିତରକୁ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି ।
ଶାନ୍ତ କାଶ୍ମୀରକୁ ଦେଖି ଅଶାନ୍ତ ପାକିସ୍ତାନ । ଭୂସ୍ୱର୍ଗ କାଶ୍ମୀରରେ ଅଜରାଜକତା ତଥା ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ ।  ଜମ୍ମୁ-କାଶ୍ମୀର ସମେତ  ଭାରତର ବିଭିନ୍ନ ସ୍ଥାନରେ ରକ୍ତର ହୋଲି ଖେଳିବା ପାଇଁ ପ୍ରସ୍ତୁତି କରୁଛି ଆଇଏସଆଇ । ଜମ୍ମୁ-କଶ୍ମୀର ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇସାରିଛି  ଭାରତ ଭିତରକୁ ପ୍ରବେଶ କରାଇବା ପାଇଁ ଆଫଗାନିସ୍ତାନ ଓ ପସ୍ତୁନର ଆତଙ୍କବାଦୀ ଲୁଚି ରହିଛନ୍ତି । ପାକିସ୍ତାନ ସେନା ଓ ଆଇଏସଆଇ ଏଥିପାଇଁ ଲଂଚପ୍ୟାଡକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି । ପୁଲୱାମାରେ ଜୈସ-ଏ-ମହମ୍ମଦର ଆକ୍ରମଣ ପରେ ସୀମାରେ ଏହି ସବୁ କ୍ୟାମ୍ପକୁ ବନ୍ଦ୍ କରିଦେଇଥିଲା ପାକିସ୍ତାନ ।
ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପୁଣି ଏସବୁକୁ ପୁନଃ କାର୍ଯ୍ୟକ୍ଷମ କରିଥିବା ଗୁଇନ୍ଦା ସୂଚନା ମିଳିଛି । ବାରମ୍ବାର ସିଧା ସଳଖ ଯୁଦ୍ଧରେ ହାରିଥିବା ପାକିସ୍ତାନ ୧୯୯୦ ମସିହାରେୁ ସୀମା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ପାକିସ୍ତାନ ।