ଶୌଚାଳୟରେ ବ୍ୟବହୃତ ହେବ ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଟାଇଲ୍ସ ! ଗୁଜରାଟ ମୋରବୀରେ ତିଆରି ହେଉଛି ପାକ୍ ବରୋଧୀ ଟାଇଲ୍ସ

453

ଜାମ୍ମୁ-କାଶ୍ମୀର ପୁଲୱାମାରେ ବିସ୍ଫୋରପରରେ ୪୦ ଯବାନ ସହିଦ ହେବା ପରେ ସାରାଦେଶରେ କ୍ରୋଧ, ଦୁଃଖ ଓ ଆକ୍ରୋଶର ମାହୋଲ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରୁଛନ୍ତି । ପାକ ବିରୋଧରେ ଲୋକେ ଲେଖା ମାଧ୍ୟମରେ ହେଉ କି ସୋସିଆଲ ମିଡ଼ିଆରେ ହେଉ ପାକ୍ ଉପରେ ବର୍ଷୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ପାକିସ୍ତାନ ଠାରୁ ପ୍ରତେଶାଧ ନେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଲୋକଙ୍କ ମନରେ ହୁ ହୁ ହୋଇ ଜଳୁଛି କ୍ରୋଧର ଅଗ୍ନି । ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର କଡ଼ା ଜବାବ ଦିଆଯାଉ ବୋଲି ଦେଶବ୍ୟାପୀ ଜନତା ଦାବି କରୁଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦେଶବାସୀଙ୍କ ଘୃଣା ସ୍ପଷ୍ଟ ନଜର ଆସୁଛି ।

ଗୁଜରାଟର ମୋରବୀରେ ବି ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଲୋକେ । ମୋରବିର ଏକ ସେରାମିକ କାରକାନାରେ ପାକିସ୍ତାନ ଜାତୀୟ ପତାକା ଯୁକ୍ତ ତଥା ପାକିସ୍ତାନ ମୁର୍ଦ୍ଦାବଦ ଲଖାଥିବା ଟାଇଲ୍ସ ତିଆରି କରିବାଯାଉଛି । ଟାଇଲ୍ ତିଆରି ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓର କମେଣ୍ଟ ବକ୍ସରେ ଲେଖାଯାଇଛି ଏହି ପ୍ରକାର ଟାଇସଲ୍ସ ଜାତୀୟ ରାଜପଥରେ ଥିବା ଶୌଚାଳୟରେ ଲଗାଯିବ । ଆବଶ୍ୟକ ହେଲେ ସହରର ସମସ୍ତ ଶୌଚାଳୟରେ ଲାଗିବ ପାକିସ୍ତାନ ଜାତୀୟ ପତାକା ଯୁକ୍ତ ଟାଇଲ୍ସ ।