କନକ ବ୍ୟୁରୋ : ଆତଙ୍କବାଦକୁ ନେଇ ଇମ୍ରାନଙ୍କୁ ଏଫଏଟିଏଫର ଆଉ ଏକ ଝଟକା । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିବାରୁ ପାକିସ୍ତାନକୁ ଲାଗିଛି ପୁଣି ଏକ ଝଟକା । ଆସନ୍ତା ଅକ୍ଟୋବର ଯାଏଁ ଏଫଏଟିଏଫ୍ ର ଗ୍ରେ ଲିଷ୍ଟରେ ପୁଣି ରହିବ ପାକିସ୍ତାନ । ପାକିସ୍ତାନ ଆତଙ୍କବାଦକୁ ଦମନ କରିବା ଲାଗି ଠିକଣା ପଦକ୍ଷେପ ନେଇ ନଥିବାରୁ ତାକୁ ଫାଇନାନସିଆଲ୍ ଆକ୍ସନ ଟାକ୍ସ ଫୋର୍ସ ବା ଏଫଏଟିଏଫ୍ ର ତାଲିକାରୁ ବାହାରେ ରଖିବାକୁ ସ୍ପଷ୍ଟ ଭାବେ ଏହାର ସଦସ୍ୟ ରାଷ୍ଟ୍ର ଚୀନ । ବେଜିଂର ମତ ସହିତ ଏକମତ ହୋଇଛନ୍ତି ତୁର୍କି , ମାଲେସିଆ, ଗଲ୍ଫ ଦେଶ ସମୁହ ଏବଂ ସାଉଦି ଆରବ ।

Advertisment

ବର୍ତମାନ ସୁଦ୍ଧା ପାକିସ୍ତାନ ଆତଙ୍କବାଦୀଙ୍କ ସଂପତି ସହ ଜମାତ୍ ଉଦ୍ ଦୱା, ଜୈସ୍ ଇ ମହମ୍ମଦ ପରି ଆତଙ୍କୀ ସଂଗଠନର କିଛି ନେତାଙ୍କୁ ଗିରଫ କରିଛି । ହଲେ ଏହାକୁ ଯଥେଷ୍ଟ ବୋଲି ଗ୍ରହଣ କରିନି ଏଫଏଟିଏଫ୍ । ଏବେ କଟକଣାରୁ ବର୍ତିବାକୁ ହେଲେ ପାକିସ୍ତାନକୁ ଆସନ୍ତା ଅକ୍ଟୋବର ମଧ୍ୟରେ ଆହୁରି ବଡ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏନେଇ ପାକିସ୍ତାନକୁ ୧୦ଟି ସର୍ତ ଦେଇଛି ଏଫଏଟିଏଫ୍ । ଏହାକୁ ପାଳନ କରି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ବିଶ୍ୱର ୧୦ ରାଷ୍ଟ୍ରର ସମର୍ଥନ ହାସଲ କରିବା ପରେ ଯାଇ ପାକିସ୍ତାନ ଉପରୁ ଏଫଏଟିଏଫ୍ କଟକଣା ହଟାଇବା ନେଇ ଚିନ୍ତା କରିବ ବୋଲି କହିଛି ।

ଭାରତରେ ପୁଲୱମାରେ ସେନା ଜବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ବିଶ୍ୱମଂଚରେ ପାକିସ୍ତାନକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଥିଲା ଭାରତ । ପାକିସ୍ତାନ ନିଜ ମାଟିରେ ହାଫିଜ ସୟିଦ ପରି କୁଖ୍ୟାତ ଆତଙ୍କିକୁ ଆଶ୍ରୟ ଦେଇଛି । କେବଳ ସେତିକି ନୁହଁ ପାକ୍ ମାଟିରେ ରହିଛି ଅନେକ ଆତଙ୍କୀ ଆଡ୍ଡା । ଏହି ଠାରେ ହିଁ ଚାଲେ ଆତଙ୍କୀ କ୍ୟାମ୍ପ, ଟ୍ରେନିଂ ନେଇ ଜେହାଦୀ ନାଁରେ ତିଆରି ହୁଅନ୍ତି ଆତଙ୍କୀ ।

ଅଭିଯୋଗ ଥିଲା ବିଶ୍ୱ ମଂଚରୁ ପାକିସ୍ତାନକୁ ଆସୁଥିବା ଆର୍ଥିକ ସହାୟତା ରାଶିକୁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟରେ ବ୍ୟବହାର କରି ଆସୁଛି । ଏବେ ଏହାକୁ ନେଇ ଅଡୁଆରେ ପଡିଛନ୍ତି ଇମ୍ରାନ୍ ଖାନ୍ । ଗୋଟିଏ ପଟେ ଏବେ ପାକିସ୍ତାନ ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ, ଏଫଏଟିଏଫର ଅକ୍ଟୋବର ଯାଏଁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ୧୦ ସର୍ତ ଇମ୍ରାନ୍ ଖାନଙ୍କ ଚିନ୍ତାକୁ ବଢାଇବ ନିଶ୍ଚୟ ।