ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଲା ! ବ୍ୟାନ୍ ହୋଇନି ଆତଙ୍କୀ ହାଫିଜ ସଇଦର ସଂଗଠନ

184

କନକ ବ୍ୟୁରୋ : ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି । ସାରା ବିଶ୍ୱରେ ନିର୍ମଳ ଭାବମୂର୍ତ୍ତି ରଖିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ସତ ଧରାପଡ଼ଇଛି । ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶାନ୍ତି ପ୍ରତିଷ୍ଠା କେଳବ ଏକ ବାହାନା । ବିଗତ ଦିନରେ ଏଫଏଟିଏଫ୍ ବୈଠକରୁ ଖବର ଆସିଥିଲା ପାକିସ୍ତାନ ଆତଙ୍କ ହାଫିଜ ସଇଦର ସଂଗଠନ ଜମାତ-ଇଦ୍-ଦାୱା ଉପରେ ବ୍ୟାନ ଲଗାଇଛନ୍ତି । ତେବେ ଏହି ଖରବ ସମ୍ପୂର୍ଣ୍ଣ ମିଛ । ଯେଉଁ ତାଲିକା ଏବେ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ପାକିସ୍ତାନ ସରକାର ଏହି ସଂଗଠନ ଉପରେ ବ୍ୟାନ ଲଗାଇ ନାହାନ୍ତି । କେବଳ ନଜର ରଖିବା ପାଇଁ କହିଛି ପାକ୍ ସରକାର ।

ପାକିସ୍ତାନର ନ୍ୟାସନାଲ କାଉଂଟର ଟେରରିଜମ ଅଥରିଟି ଅନୁସାରେ ପାକିସ୍ତାନ ସରକାର ଅନେକ ଆତଙ୍କବାଦୀ ସଂଗଠନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିଛି ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ ମଧ୍ୟ ଲଗାଇଛି ଆଉ କିଛି ସଂଗଠନ ଉପରେ କଡ଼ା ନଜର ରଖିଛି । ସେଥିରେ ହାଫିଜ ସଇଦର ଜମାତ-ଇଦ୍-ଦାୱା ଓ ଫଲାହ-ଏ-ଇଂସାନିୟନ ସଂଗଠନ ସାମଲି ରହିଛି । ପୂର୍ବରୁ ଏହି ସଂଗଠନ ଉପରେ ବ୍ୟାନ ଲଗାଇଥିବାର କଥା କହିଥିଲା ପାକିସ୍ତାନ ।