ପାକିସ୍ତାନର କାଶ୍ମୀର ଚିନ୍ତା : କରତାରପୁର କରିଡର ଉଦଘାଟନ ଉତ୍ସବରେ ବି ରାଜନୀତିର କେଁ ପୁରାଇବାକୁ ଇମ୍ରାନଙ୍କ ଉଦ୍ୟମ,ଉଠାଇଲେ କାଶ୍ମୀର ପ୍ରସଙ୍ଗ

437

କନକ ବ୍ୟୁରୋ : କରତାରପୁର କରିଡର ଉଦଘାଟନରେ ବି ରାଜନୀତି କରିବାକୁ ଭୁଲିନି ପାକିସ୍ତାନ । କରତାରପୁର କରିଡରର ଗତକାଲି ଥିଲା ଉଦଘାଟନ ଉତ୍ସବ । ଭାରତ ସୀମାରେ ପ୍ରଧାନମନ୍ତ୍ରୀ ମୋଦି ତ ପାକିସ୍ତାନ ପଟେ କରତାରପୁର ଗୁରୁଦ୍ୱାରରେ ଏହାର ଉଦଘାଟନ କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି , ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ ଅନେକ ଦିଗଜ ନେତା ସାମିଲ ହୋଇଥିଲେ ଉତ୍ସବରେ ।

ତେବେ ଏଭଳି ଏକ ଉତ୍ସବର ମାହୋଲରେ ଇମ୍ରାନ ଖାନଙ୍କୁ ଘାରୁଥିଲା କାଶ୍ମୀର ଚିନ୍ତା । ଏହି ଅବସରରେ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପାକିସ୍ତାନ ସହିତ ଛିନ୍ନ ହୋଇଥିବା ବାଣିଜ୍ୟ ସଂପର୍କକୁ ପୁଣି ଥରେ ସ୍ୱଭାବିକ କରିବାକୁ ଅପିଲ କରିଥିଲା ପାକିସ୍ତାନ । ପାକ୍ ବୈଦେଶିକ ମନ୍ତ୍ରୀ ଦୁଇ ପାଦ ଆଗକୁ ଯାଇ କରତାରପୁର କରିଡର ଉଦଘାଟନ ଅବସରରେ ସୁପ୍ରିମକୋର୍ଟରୁ ଅଯୋଧ୍ୟା ରାୟ ଆସିବାକୁ ଏକ ଷଡଯନ୍ତ୍ର ବୋଲି କହିବାକୁ ପଛାଇ ନଥିଲେ ।

କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱରେ ସମର୍ଥନ ଜୁଟାଇବାରେ ପାକିସ୍ତାନ ବିଫଳ ରହିଛି । ଏପରି ସ୍ଥିତିରେ କରତାରପୁର କରିଡରରେ ବି କାଶ୍ମୀର ଜପିଛନ୍ତି ଇମ୍ରାନ୍ ଖାନ୍ । ଭାରତରେ ମୁସଲମାନ ସୁରକ୍ଷିତ ନୁହଁନ୍ତି ବୋଲି ମତ ରଖିଛନ୍ତି ଇମ୍ରାନ୍ ।