ଶାନ୍ତ କାଶ୍ମୀର, ଅଶାନ୍ତ ପାକିସ୍ତାନ : ଆତଙ୍କବାଦୀ ସଂଗଠନ ସହ ଆଇଏସଆଇର ଗୁପ୍ତ ବୈଠକ, ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା 

1,406
କନକ ବ୍ୟୁରୋ : ଭାରତ ପାଇଁ ବିପଦ ଆଇଏସଆଇ । ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପଡ଼ୋଶୀ ଦେଶ ।  ଭାରତ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଆଇଏସଆଇ । ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦିନ, ଖଲିସ୍ତାନୀ ଜି୍ଦାବାଦ, ଲସ୍କର-ଏ-ତୋଏବା ଆସି ଆତଙ୍କବାଦୀ ସଂଘଠନ ସହ ଗୁପ୍ତ ବୈଠକ କରିଛି ଆଇଏସଆଇ । ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।
ଶାନ୍ତ କାଶ୍ମୀରକୁ ଦେଖି ଅଶାନ୍ତ ପାକିସ୍ତାନ । ଭୂସ୍ୱର୍ଗ କାଶ୍ମୀରରେ ଅଜରାଜକତା ତଥା ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ ।  ଜମ୍ମୁ-କାଶ୍ମୀର ସମେତ  ଭାରତର ବିଭିନ୍ନ ସ୍ଥାନରେ ରକ୍ତର ହୋଲି ଖେଳିବା ପାଇଁ ପ୍ରସ୍ତୁତି କରୁଛି ଆଇଏସଆଇ । ଜମ୍ମୁ-କଶ୍ମୀର ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇସାରିଛି  । ଗୁପ୍ତ ସୂଚନା ଅନୁସାରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷ ପାଇଁ ଆଇଏସଆଇଏ ଖଲିସ୍ତାନୀ ଆତଙ୍କୀ ସଂଗଠନର ସହଯୋଗରେ ଭାରତ ଉପରେ ଆକ୍ରଅମଣ କରିବା ପାଇଁ ଯୋଜନା କରୁଛି ।
ପାକିସ୍ତାନ ଭାରତର ଅନ୍ତରୀଣ ମାମଲାରେ ସବୁବେଳେ ହସ୍ତକ୍ଷେପ କରୁଛି । କାଶ୍ମୀରରୁର ୩୭୦ ଉଚ୍ଛେଦ ପରେ ବିଶ୍ବ ସମୁଦାୟ ନିକଟରେ ଗୁହାରୀ ଜଣାଇଥିଲା ପାକିସ୍ତାନ । ହେଲେ କୌଣସି ଦେଶର ସମର୍ଥନ ନମିଳିବା ପରେ ଭାରତରେ ଅରାଜକତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ।