ଜମ୍ମୁକାଶ୍ମୀରରେ ବଡ଼ଧରଣର ଆକ୍ରମଣ ଆଶଙ୍କା । ଭାରତରେ ରକ୍ତର ହୋଲି ଖେଳିବାକୁ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଟାର୍ଗେଟରେ ନିରାପତ୍ତା ପ୍ରତିଷ୍ଠାନ ଏବଂ ପାଟ୍ରୋଲିଙ୍ଗ୍ ପାର୍ଟି । ସ୍ୱାଧୀନତା ଦିବସ ପାଖେଇ ଆସୁଥିବା ବେଳେ ଆଫଗାନିସ୍ତାନର ପାହାଡ଼ୀ ଇଲାକାରେ ଆତଙ୍କବାଦୀଙ୍କୁ ଦିଆଯାଉଛି ସଶସ୍ତ୍ର ପ୍ରଶିକ୍ଷଣ ।

Advertisment
ଜମ୍ମୁକାଶ୍ମୀରରେ ବଡ଼ଧରଣର ଆକ୍ରମଣ ଆଶଙ୍କା । ଭାରତରେ ରକ୍ତର ହୋଲି ଖେଳିବାକୁ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଟାର୍ଗେଟରେ ନିରାପତ୍ତା ପ୍ରତିଷ୍ଠାନ ଏବଂ ପାଟ୍ରୋଲିଙ୍ଗ୍ ପାର୍ଟି । ସ୍ୱାଧୀନତା ଦିବସ ପାଖେଇ ଆସୁଥିବା ବେଳେ ଆଫଗାନିସ୍ତାନର ପାହାଡ଼ୀ ଇଲାକାରେ ଆତଙ୍କବାଦୀଙ୍କୁ ଦିଆଯାଉଛି ସଶସ୍ତ୍ର ପ୍ରଶିକ୍ଷଣ ।

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରେ ବଡ଼ଧରଣର ଆକ୍ରମଣ ଆଶଙ୍କା । ସ୍ୱାଧୀନତା ଦିବସ ପାଖେଇ ଆସୁଥିବା ବେଳେ ଜମ୍ମୁକାଶ୍ମୀରରେ ରକ୍ତର ହୋଲି ଖେଳିବାକୁ ଆଫଗାନିସ୍ତାନରେ ଚାଲିଛି ଷଡ଼ଯନ୍ତ୍ରର ପ୍ଲାନିଂପ୍ଲଟିଂ । କିଛି ଦିନରେ ବ୍ୟବଧାନ ପରେ ପୁଣି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପାକିସ୍ତାନ୍ । ଆ୍ତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପ୍ରତିଷ୍ଠାନ ଏବଂ ପାଟ୍ରୋଲିଙ୍ଗ୍ ପାର୍ଟି । ପାକିସ୍ତାନ ସେନାର ‘ଏସ୍‌ଏସ୍‌ଜି’ କମାଣ୍ଡୋ, ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ କରିବାକୁ ପ୍ରସ୍ତୁତ କରାଉଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଏପରି ସୂଚନା ମିଳିଛି ।

ଆଫଗାନିସ୍ତାନରୁ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ । ଆଫଗାନିସ୍ତାନର ଗୁପ୍ତ ସ୍ଥାନମାନଙ୍କରେ ପାକିସ୍ତାନୀ ସେନାର ସ୍ପେସାଲ୍ ସର୍ଭିସ୍‌ ଗ୍ରୁପ୍ କମାଣ୍ଡୋମାନେ ତାଲିବାନି ଓ ଆଫଗାନି ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଉଛନ୍ତି ।  ଏହି ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପ୍ରତିଷ୍ଠାନ ଏବଂ ପାଟ୍ରୋଲିଙ୍ଗ୍ ପାର୍ଟି ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ।  କେବଳ ଏତିକି ନୁହେଁ ଆତଙ୍କବାଦୀଙ୍କୁ ଭାରତୀୟ ନିରାପତ୍ତା ଏଜେନ୍‌ସିଙ୍କ କବଳରୁ ବଞ୍ଚାଇବାକୁ ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବଳଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ମହିଳା ଓଭର୍ ଗ୍ରାଉଣ୍ଡ୍‌ ୱାର୍କର୍‌ ଚୟନ କରୁଛି।

 ବହୁସଂଖ୍ୟକ ତାଲିବାନ୍/ଆଫଗାନ ଆତଙ୍କବାଦୀଙ୍କ ଆଗମନ ଅର୍ଥ ଭବିଷ୍ୟତରେ ଭାରତ ଉପରେ ଅଧିକ ଆତଙ୍କବାଦୀ ଆକ୍ରମଣ। ଏହାଛଡ଼ା, ଉପତ୍ୟକାରେ ଆକ୍ରମଣ କରିବାକୁ ଓ ପାକିସ୍ତାନରୁ ଆତଙ୍କବାଦୀ ଅନୁପ୍ରବେଶ ସୁବିଧା କରାଇବାକୁ କଶ୍ମୀରରେ ଥିବା ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନ ମଧ୍ୟ ସେମାନଙ୍କ ସହ କାର୍ୟ୍ୟ କରୁଛନ୍ତି।

 ଟ୍ୟାପ୍ କରାଯାଇଥିବା କେତେକ ଟେଲିଫୋଲ୍ କଲ୍‌ରୁ ଜଣାପଡ଼ିଛି ଯେ, ନିୟନ୍ତ୍ରଣ ରେଖା ଠାରେ ତାଲିବାନୀୟ, ଆଫଗାନୀ ଆତଙ୍କବାଦୀଙ୍କ ଉପସ୍ଥିତି ବୃଦ୍ଧି ପାଇଛି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଲଞ୍ଚ୍‌ପ୍ୟାଡ୍‌ମାନଙ୍କରେ ଆତଙ୍କବାଦୀମାନଙ୍କ ଗତିବିଧି ମଧ୍ୟ ୨୨% ବୃଦ୍ଧିପାଇଛି। ଏହାସହ, ନୌଶେରା ସେକ୍ଟର, ବିମ୍ବର ଗଲି ସକ୍ଟେର, କେଜି ସେକ୍ଟର, କରଣ ସେକ୍ଟର୍‌ ଏବଂ ପୁଞ୍ଚ୍‌ ସେକ୍ଟରରେ ମଧ୍ୟ ଆତଙ୍କବାଦୀଙ୍କ ଚଳପ୍ରଚଳ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe