କନକ ବ୍ୟୁରୋ : କୁଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସର ସହାୟତା । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୟ ପୂର୍ବ ନୌସେନା ଅଧିକାରୀ କୁଳଭୁଷଣ ଯାଦବଙ୍କ ମାମଲାରେ ଆଇସିଜେର ରାୟ ଆସିବା ପରେ ଏବେ ପାକିସ୍ତାନ ତାର ଭୁଲ ସୁଧାରିବାକୁ ବାଧ୍ୟ ହୋଇଛି । କୁଳଭୁଷରଙ୍କୁ ଦୂତାବାସ ସହାୟତା ଯୋଗଇଦେବାକୁ ଭାରତର ଦାବୀକୁ ପୂର୍ବରୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଥିବା ପାକିସ୍ତାନ କହିଛି କୁଳଭୁଷଣଙ୍କୁ ରାଷ୍ଟ୍ରିୟ ନିୟମ ଅନୁସାରେ ଦୁତାବାସ ସହାୟତା ଯେ୍ଧଜ୍ଞବ ଦିଆଯିବ ।
ଏ ଦିଗରେ ପାକିସ୍ତାନ ସରକାର ପଦକ୍ଷେପ ଆରମ୍ଭ କରିଛି ବୋଲି ପାକ୍ ବିଦେଶ ମନ୍ତ୍ରଳାୟ ଜାରି ବୟାନରେ କୁହାଯାଇଛି । କୁଳଭୂଷଣଙ୍କ ମାମଲାରେ ଆଇସିଜେର ରାୟ ଚୁଡ଼ାନ୍ତ ଥିବାରୁ ପାକିସ୍ତାନ ଅଦାଲତ ପୂର୍ବରୁ ଯେଉଁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଏବେ ତାହାର ପୁନର୍ବିଚାର କରିବାକୁ ବାଧ୍ୟ ହେବ । କୁଳଭୁଷଣ ଜଣେ ଭାରତୀୟ ନାଗରିକ ତାଙ୍କ ବିରୋଧରେ ପାକିସ୍ତାନ ଯେଉଁ ଅଭିଯୋଗ ଆଣିଥିଲା ତାହା ପ୍ରମାଣିତ ହୋଇନାହିଁ ବୋଲି ଆଇସିଜେ ସ୍ପଷ୍ଟ କରିବା ପରେ ଏବେ କୁଳଭୁଷଣଙ୍କ ମୁକ୍ତି ନେଇ ନୂଆ ଆଶା ସଂଚାର ହୋଇଛି ।
ମାର୍ଚ ୩, ୨୦୧୬ରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା ଏବଂ ସେ ଜଣେ ଭାରତୀୟ ଗୁପ୍ତଚର ଏବଂବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ବୋଲି ଦର୍ଶାଇଥିଲା। ଯାଦବଙ୍କୁ ବାଲୋଚିସ୍ତାନରୁ ପାକିସ୍ତାନ ଗିରଫ କରିଥିବା କହିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଇରାନ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା। ମାର୍ଚ ୨୫ରେ କୁଳଭୂଷଣଙ୍କ ଗିରଫଦାରୀ ନେଇ ଭାରତକୁ ଆନୁଷ୍ଠାନିକ ଭାବେ ପାକିସ୍ତାନ ଅବଗତ କରାଇଥିଲେ ମଧ୍ୟ ଦୂତାବାସ ସହାୟତା ଏବଂ କୌଣସି ଯୋଗାଯୋଗ ସୁଯୋଗ ଦେଇନଥିଲା। ଭାରତ ସରକାର ଏ ବାବଦରେ ୧୬ ଥର ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କର୍ଣ୍ଣାପାତ କରିନଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Kul.jpg)