ପାକିସ୍ତାନର ଗାଲୁଆମି : ମୋଦିଙ୍କ ଆମେରିକା ଗସ୍ତ ପାଇଁ ଆକାଶପଥ ଖୋଲିବାକୁ ମନା କଲେ ଇମ୍ରାନ୍ ଖାନ୍

429

କନକ ବ୍ୟୁରୋ : ସାମ୍ନାକୁ ଆସିଛି ପାକିସ୍ତାନର ଆଉ ଏକ ଗାଲୁଆମି । ପ୍ରଧାନମନ୍ତ୍ରୀ ମୋଦି ଆଗାମୀ ଆମେରିକା ଗସ୍ତ ପାଇଁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ପାକିସ୍ତାନକୁ ଅନୁମତି ମାଗିଥିଲା ଭାରତ । ତେବେ ଏହାକୁ ଖାରଜ କରିଦେଇଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ ପାକିସ୍ତାନ, ଆଫଗାନିସ୍ତାନ ହୋଇ ଇରାନ୍ ଯାଇଥାନ୍ତେ । ସେଠାରୁ ଜର୍ମାନର ଫ୍ରାଙ୍କଫୋର୍ଟ ବିମାନବନ୍ଦରରେ ଇନ୍ଧନ ଭରିବା ପରେ ଗସ୍ତ ଯାଇଥାନ୍ତେ ଆମେରିକାର ହଷ୍ଟନ ସିଟିକୁ । ହେଲେ ପାକିସ୍ତାନ ଏହାର ବାୟୁସୀମାକୁ ବ୍ୟବହାର କରିବାକୁ ଦେବାକୁ ମନା କରି ଦେଇଛି ।

ଏବେ ଆଗକୁ ମୋଦି ଆରବ ସାଗର ଉପର ଦେଇ ଆଫଗାନିସ୍ତାନ, ଦେଇ ଆମେରିକା ଗସ୍ତ କରିବେ । ଏହି ଗସ୍ତ କାଳରେ ମୋଦି ଆମେରିକାର ହଷ୍ଟନ୍ ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ଯୋଗ ଦେବେ । ଏହି ଆମେରିକା ଗସ୍ତରେ ମୋଦିଙ୍କ ବିମାନ ଆରବ ସାଗର ଉପର ଦେଇ ଗତି କରୁଥିବାରୁ ମୋଦିଙ୍କ ପୂର୍ବ ନିର୍ଦ୍ଧାରିତ ସମୟରେ ଆଉ ୩୦ରୁ ୪୦ ମିନିଟ୍ ବିଳମ୍ୱ ହେବ । ଚଳିତ ମାସ ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନକୁ ମଧ୍ୟ ପାକିସ୍ତାନ ବାୟୁସୀମା ଦେଇ ଯିବାକୁ ପାକିସ୍ତାନ୍ ଅନୁମତି ପ୍ରଦାନ କରିନଥିଲା ।