ପାକ୍ ସେନାର ବର୍ବରତା : ଭାରତୀୟ ଯବାନଙ୍କୁ ହତ୍ୟା କରି ତାଡ଼ି ନେଲେ ଆଖି

60

ପାକିସ୍ତାନ ଗୋଟିଏ ପଟେ ଭାରତ ସହ ଶାନ୍ତି ଏବଂ ବନ୍ଧୁତ୍ୱର କଥା କହୁଛି । କିନ୍ତୁ ଅନ୍ୟପଟେ ଏହା ବାରମ୍ବାର ନିଜ ନୃଶଂସତାର ପରିଚୟ ଦେଉଛି । ପୁଣିଥରେ ପାକ୍ ସେନାର ବର୍ବରତା ପଦାରେ ପଡ଼ିଛି । ପାକ୍ ରେଞ୍ଜର୍ସମାନେ ଗତକାଲି ଅତି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ବିଏସ୍ଏଫ୍ ଯବାନଙ୍କୁ ଜମ୍ମୁର ଅନ୍ତର୍ଜାତୀୟ ସୀମା ନିକଟରେ ଗୁଳି ହତ୍ୟା କରିଛନ୍ତି। ହତ୍ୟା କରି ତାଙ୍କ ମନ ମାନିଲାନି ଯେ ଯବନାଙ୍କ ତଣ୍ଟି ଓ ଏକ ଗୋଡ଼ କାଟିବା ସହ ତାଙ୍କୁ କରେଂଟ ମଧ୍ୟ ଦେଇଥିଲେ । ଆଉ ପରେ ତାଙ୍କ ଆଖି ମଧ୍ୟ ତାଡ଼ି ନେଇଛନ୍ତି । ଯବାନଙ୍କ ଶରୀରସାରା ମଧ୍ୟ କ୍ଷତଚିହ୍ନ ରହିଛି ।

ପାକ୍ ସେନାର ଏଭଳି କାର‌୍ୟ୍ୟକୁ ଭାରତ ତୀବ୍ର ନିନ୍ଦା କରିଛି। ସୂଚନା ମୁତାବକ ବିଏସ୍ଏଫ୍ର ମୁଖ୍ୟ କନେଷ୍ଟବଳ ନରେନ୍ଦ୍ର ସିଂହ ଗତକାଲି ପାକ୍ ସେନା ଗୁଳିରେ ସହିଦ ହୋଇଥିଲେ । ତେବେ ପାକ୍ ସେନା କେବଳ ଗୁଳି ଚାଳନା କରିନଥିଲେ, ସେମାନେ ତାଙ୍କ ତଣ୍ଟି କାଟି ଦେଇଥିଲେ । ଏଥିସହ ତାଙ୍କ ଶରୀରକୁ କୌଣସି ଅସ୍ତ୍ରରେ ମଧ୍ୟ କାଟିପକାଇଥିଲେ । ଭାରତ ସରକାର ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ବିଦେଶ ମନ୍ତ୍ରାଳୟ ଏବଂ ଡିଜିଏମ୍ଓ (ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ) । ସୁରକ୍ଷାବାହିନୀ ଦ୍ୱାରା ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ହାଇ ଆଲର୍ଟ ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ସୀମା ନିକଟରେ ବଢ଼ିଯାଇଥିବା ଘାସ ସଫା କରିବାପାଇଁ ନରେନ୍ଦ୍ରଙ୍କ ସମେତ ବିଏସ୍ଏଫ୍ର ୪ ଜଣ ଯବାନ୍ ଗତକାଲି ଜମ୍ମୁର ରାମଗଡ଼ ସେକ୍ଟରରେ ନିୟୋଜିତ ହୋଇଥିଲେ । ତେବେ ଏହି ସମୟରେ ପାକ୍ ସେନା ପକ୍ଷରୁ ଅଚାନକ ଗୁଳି ଚାଳନା ହୋଇଥିଲା । ବିଏସ୍ଏଫ୍ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇ ପ୍ରବଳ ଗୁଳି ଚାଳନା ହୋଇଥିଲା । ବିଏସ୍ଏଫ୍ ଯବାନମାନେ ସେଠାରୁ ଖସି ପଳାଇ ଆସିଥିଲେ । କିନ୍ତୁ ପରେ ଜଣେ ଯବାନ ନିଖୋଜ ଥିବା ଜଣାପଡ଼ିିଲା । ବିଏସ୍ଏଫ୍ ପକ୍ଷରୁ ପାଖାପାଖି ୬ ଘଣ୍ଟା ପର‌୍ୟ୍ୟନ୍ତ ଖୋଜାଖୋଜି ପରେ ଯବାନଙ୍କର ପତ୍ତା ମିଳିନଥିଲା । ଅନେକ ଖୋଜାଖୋଜି ପରେ ଯବାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।  ଉଲ୍ଲେଖଯୋଗ୍ୟ, ଏହି ସମାନ ଘଟଣା ପରି ମଧ୍ୟ ଗତ ବର୍ଷ ମେ’ ମାସରେ ଦୁଇ ଜଣ ଯବାନ ସହିଦ  ହୋଇଥିଲେ ।