ପାକିସ୍ତାନର ଅର୍ଥନୀତି ଯୋଜନାର କପି କରି ଧନୀ ଦେଶ ତାଲିକାରେ ସ୍ଥାନ ପାଇଛି ଭାରତ ! ପାକିସ୍ତାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ

30

କନକ ବ୍ୟୁରୋ : ଗତ କିଛି ଦିନ ତଳେ ବିଶ୍ୱର ସବୁଠାରୁ ଧନୀ ଦେଶ ମାନଙ୍କର ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ଭାରତର ସ୍ଥାନ ଅଷ୍ଟମ ସ୍ଥାନରେ ରହିଛି । ଅଫ୍ରେସିଆ ବ୍ୟାଙ୍କ ଗ୍ଲୋବାଲ ୱେଲଥ ରିଭ୍ୟୁ ତରଫରୁ ଏହି ସର୍ଭେ କରାଯାଇଥିଲା । ଏହାକୁ ନେଇ ଏବେ ବିବାଦୀୟ ବୟାନ ରଖିଛନ୍ତି ପାକିସ୍ତାନ ଯୋଜନା ଓ ବିକାଶ ମନ୍ତ୍ରୀ ଅହସାଦ ଇକବାଲ୍ । ଇକବାଲ୍ କହିଛନ୍ତି ଭାରତ ପାକିସ୍ତାନର ଆର୍ଥିକ ଉନ୍ନତି ଯୋଜନା ଗୁଡିକ ଆପଣାଇ ଆଗକୁ ବଢ଼ୁଛି । ଅପରପକ୍ଷେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଯୋଗୁଁ ଏହି ତାଲିକାରେ ସ୍ଥାନ ପାଇ ନାହୁଁ ।

Pakistan-

ଇକବାଲ୍ ଦୃଢ଼ୋକ୍ତି ରଖିଛନ୍ତି ଯେ ୧୯୯୦ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂ ପାକିସ୍ତାନର ସରତାଜ ଅଜିଜଙ୍କ ଠାରୁ ଅର୍ଥନୈତିକ ସୁଧାର କ୍ଷେତ୍ରରେ ମନ୍ତ୍ରଣା ନେଇଥିଲେ । ଯାହାକି ଭାରତରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହୋଇଛି । ସେଥିପାଇଁ ଭାରତର ଆର୍ଥିକ ବ୍ୟବସ୍ଥାରେ ସୁଧାର ହେଉଛି । କେବଳ ଭାରତ ନୁହେଁ ବରଂ ବାଂଲାଦେଶ ମଧ୍ୟ ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା, ଯୋଜନାକୁ ଅନୁକରଣ କରୁଛି । ଯାହା ପାକିସ୍ତାନ ଏହି ଯୋଜନାକୁ ସଫଳ ଭାବେ ଉପଯୋଗ କରି ପାରି ନାହିଁ ।

ବର୍ତ୍ତମାନ ପାକିସ୍ତାନକୁ ଚିନ୍ତା କରିବାକୁ ପଡିବ ଯେ ଅନେକ ଦେଶ ଅର୍ଥନୈତିକ କ୍ଷେତ୍ରରେ ପାକିସ୍ତାନ ଠାରୁ ପଛରେ ଥିଲେ କିନ୍ତୁ ପାକିସ୍ତାନର ଯୋଜନାକୁ ଆପଣାଇ ଆଗକୁ ବଢ଼ିଛନ୍ତି । ବର୍ତ୍ତମାନ ବାଂଲାଦେଶ ରାଜସ୍ୱ ବାର୍ଷିକ ୩୩ ଅରବ ଡଲାର ଥିବାବେଳେ ପାକିସ୍ତାନର ରାଜସ୍ୱ ୧୮ଅରବ ଡଲାର ଅଛି । ତେଣୁ କେବଳ ଟ୍ୟାଙ୍କ ଆଉ କ୍ଷେପଣାସ୍ତ୍ର ଦେଶ ହୋଇ କେହି କେବେ ବଞ୍ଚି ପାରି ନାହିଁ । ଦେଶକୁ ବଞ୍ଚାଇବାକୁ ହେଲେ ଆମକୁ ଆର୍ଥିକ ସ୍ଥିତିରେ ମଜଭୁତ ହେବାକୁ ପଡିବ ବୋଲି ଇକବାଲ କହିଛନ୍ତି ।