ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ : ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ନାହିଁ, ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ

194

କନକ ବ୍ୟୁରୋ : ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ । ଦୁର୍ଘଟଣା ସ୍ଥାନ ଅନୁଧ୍ୟାନ ପରେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି ଦୋଷ ନାହିଁଁ । ଶକ୍ତି ବିଭାଗର ଦୋଷ ଦୁର୍ବଳତା ରହିଛି । ଖୁଣ୍ଟ ଝୁଲିକି ଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି । ପୁରୁଣା ଖୁଣ୍ଟ ଏବେ ସୁଦ୍ଧା ଅଛି । ଘଟଣା ସ୍ଥଳକୁ ଯାଇ ବୁଲିକି ଆସିବା ପରେ ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ।

ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସିସାରିଛି । ରିପୋର୍ଟ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । କିଛି ଲୋକଙ୍କୁ ଦଣ୍ଡବିଧାନ ହୋଇସାରିଛି । ଘଟଣାର ସବିଶେଷ ଅନୁଧ୍ୟାନ ପରେ ଦୋଷ ତ୍ରୁଟି ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ । କେବଳ ଏତିକି ନୁହେଁ ବସ୍ ଆସୋସିଏସନ୍ ସହ ଆଗକୁ ଆଲୋଚନା ହେବ ।

ଗତକାଲି ପରିବହନ ବିଭାଗର ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ରବିବାର ମେନ୍ଦ୍ରାଜପୁଜରକୁ ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ ୧୧ କେଭି ବିଦ୍ୟୁତ ସଂଶ୍ପର୍ସରେ ଆସିଥିଲା । ଏଥରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି ।