ରେଳ ବଜେଟକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ଓଡିଶାକୁ ଅନୁଦାନ କମିଛି, ନୈରାଶ୍ୟଜନକ ରହିଛି ବଜେଟ୍  

182

କନକ ବ୍ୟୁରୋ : ରେଳ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ବର୍ଷ ଠାରୁ ଚଳିତ ବର୍ଷର ବଜେଟ କମିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହେବ । ବିଜେଟ୍ ସମ୍ମନ୍ଧରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ ବୋଲି  କହିଛନ୍ତି ପଦ୍ମନାଭ ବେହେରା  ।

୨୦୧୯ରେ ସାଧାରଣ ନିର୍ବାଚନ ଥିଲା । ଏଣୁ ସ୍ବାଭାବିକ ଭାବେ କେନ୍ଦ୍ର ସରକାର ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପ୍ରତି ଟିକିଏ ଉଦାରତା ପ୍ରଦର୍ଶନ କରିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ କିନ୍ତୁ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଆବଣ୍ଟିତ ଅର୍ଥ ରାଶି ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି ।

ଚଳିତ ରେଳ ବଜେଟରେ ଓଡିଶାକୁ ମିଳିଛି ୪ ହଜାର ୩ ଶହ ୭୩ କୋଟି ଟଙ୍କା । ଯାହା ଗତବର୍ଷର ଅନୁଦାନ ତୁଳନାରେ କମ ରହିଛି  । ଚଳିତ ବଜେଟରେ ପୂର୍ବତଟ ରେଳପଥ ପାଇଁ ବ୍ୟୟ ବରାଦ ହୋଇଛି ୫ ହଜାର ୮୬୫ କୋଟି ଟଙ୍କା । ଓଡିଶାର ଦୁଇଟି ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀର ୨୪୧କିଲୋମିଟର ସହ ନୂଆପଡା- ଗୁଣୁୁପୁର-ଥେରୁବାଲି ରେଳଲାଇନକୁ ବି ଅନୁମୋଦନ ମିଳିଛି ।