ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶା ଆସିବ ଟ୍ରେନ : ପ୍ରକିୟା ଆରମ୍ଭ ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା । ଆସନ୍ତାକାଲି ସୁରଟ ସହ ବିଭିନ୍ନ ରାଜ୍ୟରୁ ଟ୍ରେନରେ ଆସି ରାଜ୍ୟରେ ପହଞ୍ଚିବେ ପ୍ରବାସୀ ଶ୍ରମିକ

1,440

କନକ ବ୍ୟୁରୋ : ସୁପ୍ରିମକୋର୍ଟ ରାୟ ପରେ ଓଡିଶାକୁ ଆସିବ ଟ୍ରେନ । ପ୍ରବାସୀଙ୍କ ଘରବାହୁଡ଼ା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଏବେ ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର, ଅହମ୍ମଦାବାଦ ଓ ସୁରତରୁ ଆସିବ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ ।

ଗୁରୁବାର ଦିନ ହାଇକୋର୍ଟ ବାହାର ରାଜ୍ୟରୁ ଶ୍ରମିକ ଆସିବା ପୂର୍ବରୁ କରୋନା ପରୀକ୍ଷା ଜରୁରୀ ବୋଲି କହିଥିଲେ । ଏହା ଉପରେ ଗତକାଲି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ, ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ୍ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ । ମାତ୍ର ଗତକାଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି । ଲୋକଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇ ପାରିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଥିଲେ ।