ରିିଲିଜ୍ ପୂର୍ବରୁ ‘ପଦ୍ମାବତୀ’ ସିନେମା କଲା ରେକର୍ଡ଼ । ଦୀପିକା ପାଦୁକୋନ, ରଣବୀର କପୁର ଓ ସାହିଦ କପୁରଙ୍କ ଅଭିନୀତ ସିନେମା ‘ପଦ୍ମାବତୀ’ ରିଲିଜ୍ ହେବା ପୂର୍ବରୁ ରେକର୍ଡ ଭଙ୍ଗ କରିସାରିଲାଣି । ‘ପଦ୍ମାବତୀ’ର ଟ୍ରେଲର୍ ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍ରେ ସର୍ବାଧିକ ଦର୍ଶକ ଏହାକୁ ଦେଖି ସାରିଲେଣି । ‘ପଦ୍ମାବତୀ’ର ଟ୍ରେଲର୍ ଭିୟୁ ୨୪ ଘଣ୍ଟା ମଧ୍ୟରେ ୧୫ ମିଲିୟନ ରହିଥିବା ବେଳେ ‘ପଦ୍ମାବତୀ’ର କିଛି ଘଣ୍ଟା ପୂର୍ବରୁ ରିଲିଜ୍ ହୋଇଥିବା ‘ଜଷ୍ଟିସ୍ ଲିଗ୍’ର ଭିୟୁ ରହିଥିଲା ୧୩ ମିଲିୟନ୍ । ଏବେ ଭିତରେ ‘ପଦ୍ମାବତୀ’ର ଟ୍ରେଲର୍ ଭିୟୁ ୟୁଟ୍ୟୁବ୍ରେ ପରେ ୨୦ ମିଲିୟନ୍ ଛୁଇଁ ରେକର୍ଡ ସୃଷ୍ଟି କରିଛି ।
ପ୍ରଶଂଶକମାନଙ୍କ ଶ୍ରଦ୍ଧା ସକାଶେ ଅଭିନେତା ସାହିତ କପୁର୍ ଏବଂ ରଣବୀର ସିଂ ସମସ୍ତଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ଭଁସାଲିଙ୍କ ଏହି ଟ୍ରେଲର୍ ଦେଖିବା ପରେ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ, ରିତିକ ରୋଶନ, ଆଲିଆ ଭଟ୍ଟ, ସୋନାକ୍ଷି ସିହ୍ନା ଏବଂ ଅନୁଷ୍କା ଶର୍ମା ବଲିଉଡ଼୍ କଳକାର ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଆସନ୍ତା ଡିସେମ୍ବର ୧ରେ ମୁକ୍ତିଲାଭ କରିବାକୁ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତ ଦୀପିକା ପାଦୁକୋନ । ଦୀପିକା ଏଥିରେ ରାଣୀ ପଦ୍ମିନୀଙ୍କ ଭୂମିକାରେ ନଜର ଆସିବେ । ଦୀପିକାଙ୍କ ସମେତ ସିନେମାରେ ନଜର ଆସିବେ ସାହିଦ କପୁର, ରଣବୀର ସିଂହ ଏବଂ ଆଦିତି ରାୟ ହାଇଦରି ।