ଆଜି ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ : ମହାପ୍ରଭୁଙ୍କର ଚନ୍ଦନ ଲାଗି ଓ ବଡସିଂହାର ବେଶ ସମୟରେ ଅନୁଷ୍ଠିତ ହେବ ପଦ୍ମବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

451

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଂଚମୀ ମଧ୍ୟରେ ପଡୁଥିବା ବୁଧବାର କି ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ ।  ବଡଛତା ମଠର ସନ୍ଥ ରଘୁବର ଦାସ  ଏହି ବେଶର ପ୍ରବର୍ତକ । ପ୍ରତିବର୍ଷ ସିଂହଦ୍ୱାର ନିକଟରେ ଥିବା  ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତ କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ପରେ ବଡସିଂହାର ନୀତିରେ ଏହି ବେଶ କରାଯାଇଥାଏ । ସୋଲ, ଜରି,କଦଳୀପାଟ, କନା, କଇଁଥ ଅଠା ଓ ରଂଗ ସାହାର୍ଯ୍ୟରେ ପଦ୍ମଫୁଲ ଓ କଢୀ କୁଶଳୀ ପାରମ୍ପାରିକ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।  ଏହି ବେଶ ନିମନ୍ତେ ସୋଲରେ ନିର୍ମିତ ପଦ୍ମପାଖୁଡାରୁ  ୩ଟି ମୁଖ ତିଆରି ହୁଏ । ଏହି ବେଶ ସମୟରେ ଠାକୁରଙ୍କ ନିକଟରେ ଖିରିଳ ଅମାଲୁ ଭୋଗ ହୋଇଥାଏ । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ନିମନ୍ତେ  ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।