କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା । ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାର ଆଜି ୧୪ଟି ଖରିଫ ଫସଲର ଏମଏସପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋଦୀ ସରକାରଙ୍କ ୨ୟ ଦଫା କାର୍ଯ୍ୟକାଳର ୧ ବର୍ଷ ପୂରଣ ହେବା ପରେ ଏହା ଥିଲା ପ୍ରଥମ କ୍ୟାବିନେଟ ବୈଠକ ।
ଏହି ବୃଦ୍ଧି ପରେ ୨୦୨୦-୨୧ ପାଇଁ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି, ଜୱାର କ୍ବିଣ୍ଟାଲ ପିଛା ୨୦୨୦ ଓ ବାଜରା କ୍ବିଣ୍ଟାଲ ପିଛା ୨୧୫୦ଟଙ୍କାକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ସେହିପରି ମାଣ୍ଡିଆ, ବାଦାମ, ମୁଗ, ସୋୟାବିନ,ରାଶି ଓ କପାର ଏମଏସପି ୫୦ ପ୍ରତିଶତ ଲେଖାଏଁ ବଢିଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/CROP-750x430.jpg)