ଧାନ ଦେବା ପାଇଁ ରାତି ଅନିଦ୍ରା ! ଖୋଲିନି ମଣ୍ଡି, ଖୋଲା ଆକାଶ ତଳେ ପଡିଛି କ୍ୱିଂଟାଲ-କ୍ୱିଟ୍ୱାଲ ଧାନ

88

କନକ ବ୍ୟୁରୋ : ଖୋଲା ଆକାଶ ତଳେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଆଉ ଏହାକୁ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀରେ । ଠିକ୍ ସମୟରେ ମଣ୍ଡି ଖୋଲା ଯାଇନଥିବାରୁ କ୍ୱିଂଟାଲ କ୍ୱିଂଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି । ଏ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କିପରି ସମସ୍ୟାଦେଇ ଗତି କରୁଛନ୍ତି ଚାଷୀ ।

ଠିକ୍ ସମୟରେ ମଣ୍ଡି ଖୋଲାନ ହୋଇପାରିବା ଓ ଆବଶ୍ୟକ ଅନୁଯାୟୀ ମିଲର ନଥିବା କାରଣରୁ ଏଭଳି ସମସ୍ୟା ଉପୁଜିଛି । ସେପଟେ ପାଣିପାଗ ବିଭାଗ ଲଘୁଚାପର ପୂର୍ବାନୁମାନ କରିଥିବା ବେଳେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ଧାନ ଅମଳ ପରେ ତାକୁ ଗଚ୍ଛିତ କରି ରଖିବା ପାଇଁ ଆବଶ୍ୟକୀୟ ଘର ନଥିବା କାରଣରୁ ଘର ବାରଣ୍ଡାରେ ତ ଆଉ କିଏ ଖୋଲା ଆକାଶ ତଳେ ଧାନ ରଖି ଏହାକୁ ଜଗି ରହିଛନ୍ତି ।