ବାତ୍ୟା ପ୍ରଭାବରେ ନଷ୍ଟ ହେଲା ଫସଲ : ୬ ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ନେଇ ସୂଚନା, ଚିନ୍ତାରେ ଚାଷୀକୂଳ

561

କନକ ବ୍ୟୁରୋ : ବାତ୍ୟା ବୁଲବୁଲ ପ୍ରଭାବରେ ବାଙ୍କୀ ଅଂଚଳରେ ଚାଷ ଜମି କ୍ଷତିଗ୍ରସ୍ଥ ହୋଇଛି । ଧାନ ଗଛ ସବୁ ମାଟିରେ ମିଶିଯାଇଛି । ଏହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ କୂଳ । ବାତ୍ୟା ବୁଲବୁଲ ନେଇ ଭିଡିଓ କନଫରେନ୍ସଂ ଜରିଆରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । କ୍ୟାବିନେଟ ସଚିବଙ୍କ ସହ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବୁଲବୁଲର ପ୍ରଭାବ ପଡିଛି ।

୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି । ଭଦ୍ରକ ଧାମରାରେ ୧୧୦ କିଲୋମିଟର ବେଗରେ ପବନ ବହିଛି । ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା କରିବା ପାଇଁ ଟାର୍ଗେଟ ରଖଯାଇଛି । ୬ ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି । କେନ୍ଦ୍ରୀୟ ଟିମ ଆଡଭାନସ ଟିମ ପଠାଇ ତଦନ୍ତ କରିବା ପାଇଁ କୁହାଯିବ । ସଂପୂର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ ବୋଲି ଅସିତ ତ୍ରିପାଠୀ କହିଛନ୍ତି । ୧୧ କେଭି ଳାଇନ ମଧ୍ୟ କେତେ ସ୍ଥାନରେ ନଷ୍ଟ ହୋଇଛି । ଦୁଇ ଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ବୋଲିି କହିଛନ୍ତି ।