ପାର୍ସଲ ବୋମା ବିସ୍ଫୋରଣ ମାମଲା ! ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମବାଂଚ

45

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଧିକ ପଚରାଉଚରା ପାଇଁ ଆଜି କଟକ ଅଣାଯିବ । ଘଟଣାରେ ସ୍ଥାନୀୟ କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର ହିଁ ଥିଲେ ମୁଖ୍ୟ ଅପରାଧୀ । କ୍ରାଇମବ୍ରାଂଚ ଏହି ସୁଚିନ୍ତିତ ହତ୍ୟା ଘଟଣାର ପର୍ଦ୍ଦାଫାସ କରି କହିଛି, ପୁଂଜିଲାଲ ଏକୁଟିଆ ଏହି ମର୍ଡର ପ୍ଲଟ୍ ତିଆରି କରିଥିଲା । ବୋମା ତିଆରି ଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ଶେଷରେ ଟ୍ରେନ୍ରେ ରାୟପୁର ଯାଇ ସେଠାରୁ କୋରିୟରରେ ପଠାଇଥିଲେ ମୃତ୍ୟୁର ଗିଫ୍ଟ ପ୍ୟାକେଟ୍ । ୟୁ-ଟ୍ୟୁବରୁ ବୋମା ତିଆରିର ଭିଡିଓ ଦେଖି ଆବଶ୍ୟକ ସରଂଜାମ ପ୍ରସ୍ତୁତ କରିଥିଲେ ଏହି ଇଂରାଜୀ ଅଧ୍ୟାପକ । ବର୍ତ୍ତମାନ କଟକ ଆଣି ପୁଞ୍ଜିଲାଲଙ୍କୁ ଅଧିକ ଜେରା କରିବ କ୍ରାଇମବ୍ରାଂଚ ।

ସୂଚନାଯୋଗ୍ୟ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସ୍ଥାନୀୟ କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରଙ୍କ ଅପରାଧର ନକ୍ସା ସାମ୍ନାକୁ ଆସିସାରିଛି । ପୋଲିସ ଏହି ସୁଚିନ୍ତିତ ହତ୍ୟା ଘଟଣାର ପର୍ଦ୍ଦାଫାସ କରି କହିଛି, ପୁଂଜିଲାଲ ଏକୁଟିଆ ଏହି ମର୍ଡର ପ୍ଲଟ୍ ତିଆରି କରିଥିଲା । ବୋମା ତିଆରି ଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ଶେଷରେ ଟ୍ରେନରେ ରାୟପୁର ଯାଇ ସେଠାରୁ କୋରିୟରରେ ପଠାଇଥିଲେ ମୃତ୍ୟୁର ଗିଫ୍ଟ ପ୍ୟାକେଟ୍ । ୟୁ-ଟ୍ୟୁବରୁ ବୋମା ତିଆରିର ଭିଡିଓ ଦେଖି ଆବଶ୍ୟକ ସରଂଜାମ ପ୍ରସ୍ତୁତ କରିଥିଲେ ଏହି ଇଂରାଜୀ ଅଧ୍ୟାପକ । କଲେଜ ପିଲାଙ୍କୁ ଜ୍ଞାନ ବାଂଟୁଥିବା ପୁଞ୍ଜିଲାଲ୍ ମେହେର ହିଁ ପାର୍ସଲ ବୋମା ଜରିଆରେ ରଚିଥିଲା ମୃତ୍ୟୁର ଷଡଯନ୍ତ୍ର । ଘରେ ବସି ପ୍ରସ୍ତୁତ କରିଥିଲା ବୋମା । ୟୁଟ୍ୟୁଭରୁ ଭିଡିଓ ଦେଖି ଏକ ବଡ ଧରଣର ଅପରାଧକୁ ଚୂଡାନ୍ତ ରୂପ ଦେଇଥିଲା ।

parcel bomb

ବୋମାକୁ ସଫଳତାର ସହ ଫୁଟାଇ ହତ୍ୟା କରିବା ପୂର୍ବରୁ ପୁଞ୍ଜିଲାଲ୍ ମେହେର ଏକାଧିକବାର ପରୀକ୍ଷା କରିଥିଲା । ଆଉ ଯେତେବେଳେ ନିଜର କୁତ୍ସିତ ମିଶନରେ ସଫଳ ହୋଇଯିବ ବୋଲି ବିଶ୍ୱାସ ଆସିଲା, ପ୍ରସ୍ତୁତ ହୋଇଥିଲା ମୃତ୍ୟୁର ଉପହାର । କ୍ରାଇମବ୍ରାଂଚ୍ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଅପରାଧର ପୁରା ପ୍ଳଟ୍ । ପାର୍ସଲ ଧରି କଂଟାବାଞ୍ଜିରୁ ରାୟପୁର ଅଭିମୁଖେ ବାହାରିଥିଲା ପାର୍ସଲ ବୋମାର ଖଳନାୟକ । ମୁଣ୍ଡରେ ଟୋପି ଏବଂ ବ୍ଲାକ୍ ଜାକେଟ୍ ପିନ୍ଧି ସିସିଟିଭି କ୍ୟାମେରାଠାରୁ ଲୁଚି ଛପି ପହଂଚିଥିଲା ରାୟପୁର । ବଡ କଥା ହେଉଛି-ରାୟପୁର ଯିବା ପାଇଁ ପୁଞ୍ଜିଲାଲ୍ ଟିକେଟ ବି କରିନଥିଲା । ବିନା ଟିକେଟରେ ରାୟପୁର ଯାଇ ପାର୍ସଲ କରିବା ପରେ ବିନା ଟିକେଟରେ ପାଟଣାଗଡ଼ ଫେରିଥିଲା । କାହିଁକି ନା ଟିକେଟ କାଉଁଟରର ସିସିଟିଭିରେ ଚେହେରା ସାମ୍ନାକୁ ଆସିବାର ଥିଲା ବଡ ଭୟ ।