ତ୍ରିପୁରାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ : ହଜାର ହଜାର ପରିବାର ବାସହୀନ,ଉଦ୍ଧାର କାର୍ଯ୍ୟ ଜାରି

748

କନକ ବ୍ୟୁରୋ : ତ୍ରିପୁରାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ । ଅତି ପ୍ରବଳ ବର୍ଷା ହେବା ଫଳରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏଥି ଯୋଗୁଁ ରାଜ୍ୟର ପାଖାପାଖି ୭୦୦ରୁ ଘର ଭାଙ୍ଗି ଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ମୃତାହତଙ୍କ ଖବର ନାହିଁ ।

ସୂଚନା ଅନୁସାରେ ଏବେ ସେଠାରେ ୨୨ଟି ଏନଡିଆରଏଫ ଟିମ ବନ୍ୟା ପୀଡ଼ିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗିପଡ଼ିଛନ୍ତି । ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ଜୋରଦାର କାମ କରୁଛନ୍ତି । ପ୍ରବଳବର୍ଷା ପରେ ଜୁରୀ ଏବଂ କାକଟି ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ଲୋକଙ୍କର ଅବସ୍ଥା ନାହି ନଥିବା ଅସୁବିଧା ଦେଖାଯାଇଛି ।

ଉଦ୍ଧାର କାର୍ଯ୍ୟରେ ୯ଟି ଦ୍ରୁତଗାମୀ ଡଙ୍ଗା, ୪୦ ଉଦ୍ଧାରକାରୀ ଡଙ୍ଗା କାମ କରୁଛି । ତ୍ରିପୁରା ଷ୍ଟେଟ ରାଇଫଲ, ଦମକଳ ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି । ତ୍ରିପୁରା ସରକାର ବନ୍ୟା ପ୍ରପୀଡ଼ିତ ଲୋକଙ୍କପାଇଁ ରିଲିଫ୍ ବ୍ୟବସ୍ଥା କରିଛନ୍ତି ।