କିଣିପାରିବେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ୱତନ୍ତ୍ର ଉପହାର : ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ଇ-ନିଲାମୀ 

1,746
କନକ ବ୍ୟୁରୋ : ଅନଲାଇନରେ ଉପଲବ୍ଧ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର । ସେପ୍ଟେମ୍ବର ୧୪ରୁ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନିଲାମ କରାଯିବ । ଇ-ନିଲାମ ପାଇଁ ଯୋଜନା କରିଛି ନ୍ୟାସନାଲ ମଡ଼ର୍ନ ଆର୍ଟ ଗ୍ୟାଲେରି(NGMA) । ବିଭିନ୍ନ ରାଜ୍ୟ ତଥା ଦେଶକୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଉପହାର ମିଳିଥାଏ । ଆଉ ଏବେ ସେହି ଉପହାର ଗୁଡ଼ିକର ନିଲାମ କରାଯିବ ।
୧୪ ସେପ୍ଟେମ୍ବରୁ ଆରମ୍ଭ ହେବ ଇ-ନିଲାମୀ । ନିଲାମର ସର୍ବନିମ୍ନ ମୂଲ୍ୟ ୨ ଶହ ଟଙ୍କା ଥିବାବେଳେ ସର୍ବାଧିକ ୨.୫ ଲକ୍ଷ ଟଙ୍କା ରହିଛି । ଉପହାରର ମିଳିଥିବା ରାଶିକୁ ନମାମୀ ଗଙ୍ଗେ ପ୍ରକଳ୍ପରେ ଖର୍ଚ୍ଚ କରାଯିବ । ସୂଚନାଯୋଗ୍ୟ ମୋଟ ୨୭୦୦ରୁ ଉର୍ଦ୍ଧ୍ୱ ଉପହାର ନିଲାମ କରାଯିବ । ମୋଦିଙ୍କ ଏହି ଉପହାରରେ ଅନେକ ମୂଲ୍ୟବାନ୍ ସାମଗ୍ରୀ ନିଲାମ ହେବ । ଅନେକ ମୂଲ୍ୟବାନ ଚିତ୍ରକଳା ସହ ରୂପାର ରଥ, ଆଦି ନିଲାମରେ ସାମିଲ ହେବ । ଏହାସହ ବିଭିନ୍ନ ରାଜ୍ୟରୁ ପାଇଥିବା ସୁନ୍ଦର ସୁନ୍ଦର ପଗଡ଼ି ଆଦି ଇ-ନିଲାମୀରେ ଉପଲବ୍ଧ ହେବ ।