ବାଲେଶ୍ୱର : ବିଳମ୍ବିତ ରାତିରେ ଚୋରକୁ ଧରି ନିସ୍ତୁକ ଛେଚିଲେ ଗାଁ ଲୋକ

40

କନକ ବ୍ୟୁରୋ : ଧରିଲେ ନିସ୍ତୁକ ଛେଚିଲେ । ବିଳମ୍ବିତ ରାତିରେ ଗାଁରୁ ଚୋରକୁ ଧରି ନିସ୍ତୁକ ଛେଚିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ବୁଦାଖୁଂଟା ଗାଁରେ ଘଟିଛି ଏହି ଘଟଣା । ଗାଁର ଭାଗିରଥୀ ନାୟକ ଝିଅ ବିବାହ ପାଇଁ ଘରେ ସୁନା ଗହଣା ରଖିଥିଲେ । ଗତକାଲି ରାତିର ୪ଜଣ ଯୁବକ ଏହି ସୁନା ଚୋରି କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଗାଁଲୋକଙ୍କ ହାତରେ ଧରାପଡ଼ି ଯାଇଥିଲେ ।

ହେଲେ ଘଟଣା ସ୍ଥଳରୁ ତିନିଜଣ ଯୁବକ ଫେରାର ହୋଇଯାଇଥିବା ବେଳେ ସଂଜୟ ପୃଷ୍ଟି ନାମକ ଯୁବକକୁ କାବୁ କରିଥିଲେ ଗାଁ ଲୋକ । ସଂଜୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ଘଟଣା ସ୍ଥଳରେ ଔପଦା ପୋଲିସ ପହଂଚି ସଂଜୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।