ଦୁର୍ଘଟଣାରେ ଓୟୁଏଟି ଛାତ୍ରୀ ମୃତ୍ୟୁ ଘଟଣା : ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଗାଡି ଡ୍ରାଇଭରକୁ ଗିରଫ କଲା ପୁଲିସ

101

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଅଭିଯୁକ୍ତ ଗାଡି ଚାଳକକୁ ଗିରଫ କଲା ପୁଲିସ । ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି । ସେପଟେ ଏହି ମାମଲାରେ ସିଦ୍ଧାର୍ଥ କନଷ୍ଟ୍ରକସନକୁ ନୋଟିସ ହୋଇଛି । ଆଜି ଖଣ୍ଡଗିରି ଥାନାରେ ହାଜର ହେବେ ସିଦ୍ଧାର୍ଥ କନଷ୍ଟ୍ରକସନ କଂପାନୀ କର୍ତ୍ତୃପକ୍ଷ । ଏ ନେଇ ଗତକାଲି ଖଣ୍ଡଗିରି ଥାନା ପକ୍ଷରୁ ନୋଟିସ କରାଯାଇଥିଲା ।

ରବିବାର ରାତିରେଏକ ସଫାରୀ ଗାଡି ଓୟୁଏଟି ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କ ଉପରକୁ ମାଡିଯାଇଥିଲା । ଏହି ଘଟଣାରେ ସୁଚିସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ପ୍ରଜ୍ଞା ତିୱାରୀ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସେପଟେ ମୃତ ଛାତ୍ରୀ ସୁଚିସ୍ମିତା ବିଶ୍ୱାଳଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :