ବିଜେପି ପାଇଁ ଅନୁକୂଳ ହେବ କି ନିର୍ବାଚନ ତାରିଖ ? ୭ ଟି ପର୍ଯ୍ୟାୟ ଘୋଷଣା ପରେ ପ୍ରଶ୍ନ ଉଠାଇଲେ ବିରୋଧୀ . .

249

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏବେ ଚାଲିବ ରାଜନୈତିକ ଯୁଦ୍ଧ । ରାଜନୀତି ମଇଦାନରେ ହେବ ଘମାଘୋଟ ଲଢ଼େଇ । ସତ୍ତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ । ଖାଲି ମଇଦାନକୁ ଓଲହାଇବାକୁ ବାକି । ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍ । ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ । ହେଲେ ୭ ପର୍ଯ୍ୟାୟ ହେବାକୁ ଥିବା ନିର୍ବାଚନକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି ।

ନିର୍ବାଚନୀ ପର୍ଯ୍ୟାୟ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ଗତଥର ୯ ଟି ପର୍ଯ୍ୟାୟରେ ହୋଇଥଏଲା ଲୋକସଭା ନିର୍ବାଚନ । ହେଲେ ଚଳିତ ଥର ୭ଟି ପର୍ଯ୍ୟାୟରେ ମତଦାନ ହେବ । ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଅନ୍ୟପଟେ ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେରେ ୪ଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନୀ ତାରିଖ ଭାରତୀୟ ଜନତା ପାର୍ଟି ପାଇଁ ଅନୁକୂଳ ହେବ କହି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି । କାରଣ ଯେଉଁ ରାଜ୍ୟରେ ପାର୍ଟିର ପାଇଁ ଅଧିକ ଆଶା ଓ ଚ୍ୟାଲେଞ୍ଜ ରହିଛି ସେଠାରେ ମତଦାନ ଅଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ।

ନିର୍ବାଚନ ବିଶ୍ଳେଷକ ଓ ସ୍ୱରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ ନିର୍ବାଚନୀ ପର୍ଯ୍ୟାୟ ନେଇ ପ୍ରଶ୍ନ କରିଛନ୍ତି । ପଶ୍ଚିମବଙ୍ଗରେ ୫ ପରିବର୍ତ୍ତେ ୭, ଓଡ଼ିଶାରେ ୨ ପରିବର୍ତ୍ତେ ୪ ଓ ମହରାଷ୍ଟ୍ରରେ ୪ ପର୍ଯ୍ୟାୟରେ ହେଉଥିବା ମତଦାନକୁ ନେଇ ପ୍ରଶ୍ନ କରିଛନ୍ତି ଯୋଗେନ୍ଦ୍ର ଯାଦବ । ଏହାବ୍ୟତୀତ ଦିଲ୍ଲୀ, ପଞ୍ଜାବ, ହରିୟାଣା ନିର୍ବାଚନ ମେ’ରେ କରାଯିବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଜମ୍ମୁକାଶ୍ମୀରରେ ଲୋକସଭା ନିର୍ବାଚନ ହେଉଛି ହେଲେ ବିଧାନସଭା ନିର୍ବାଚନ ନହେବା ନେଇ ମଧ୍ୟ ପଶ୍ନ କରିଛନ୍ତି ଯୋଗେନ୍ଦ୍ର ଯାଦବ ।

ଆମ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଟ୍ୱଟି କରି କହିଛନ୍ତି ‘ମୋଦି ନିଜର ନିର୍ବାଚନ ପ୍ରଚାର ତାରିଖ ନିର୍ବାଚନ କମିସନଙ୍କୁ ପଠାଇଛନ୍ତି । ଏବଂ ନିର୍ବାଚନ କମିସନ୍ ମୋଦିଙ୍କ ସପକ୍ଷରେ ତାରିଖ ଘୋଷଣା କରିଛନ୍ତି କି ? ପଶ୍ଚିବଙ୍ଗରେ ୭ ପର୍ଯ୍ୟାୟରେ ନିର୍ବାଚନ କେବେ ଶୁଣିଛନ୍ତି କି ଆପଣ ବୋଲି ପଶ୍ନ କରିଛନ୍ତି? ଅନ୍ୟପଟେ ରମଜାନା ମାସରେ ମତଦାନ ନେଇ ଟିଏମସ ମଧ୍ୟ ପ୍ରଶ୍ନ କରିଛି ।