ଚକ୍ରବ୍ୟୁହରେ ଫସିଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କୁ ରୋକିବା ପାଇଁ ଶରଦ ପାୱାରଙ୍କ ଘରେ ବିରୋଧୀଙ୍କ ମହାମେଳି

192

କନକ ବ୍ୟୁରୋ : ଆଗକୁ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ବିରୋଧୀ କରୁଛନ୍ତି ମହାମେଳି । ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ମିଳିତ ଭାବେ ଚକ୍ରବ୍ୟୁହ ରଚୁଛନ୍ତି ବରୋଧୀ । କିପରି ମୋଦିଙ୍କୁ ଗାଦିଚ୍ୟୁତ କରାଯିବ, ସେନେଇ ରୀତମମତ ଯୋଜନା ଚାଲିଛି । ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରାଲିରେ ନଜର ଆସିଥିଲେ ସମସ୍ତ ବରୋଧୀ ଦଳ । ମୋଦି ବିରୋଧୀଙ୍କ ରାଲିରେ ଏକାଠି ହୋଇଥିଲେ ଦେଶର ବହୁ ବଡବଡ ନେତା । ଆଉ ତା’ପରେ ରାତିରେ ଶରତ ପାୱାରଙ୍କ ଘରେ ଶୀର୍ଷ ନେତୃବୃନ୍ଦ ବୈଠକ କରିଥିଲେ । ଶରତ ପାୱାରଙ୍କ ଘରେ ହୋଇଥିବା ଏହି ମହାବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉପସ୍ଥିତ ଥିଲେ ।

ଗୋଟିଏ ଦିନରେ ଦୁଇ ଦୁଇ ଥର ମୋଦିଙ୍କ ବିରୋଧୀରେ ରଣହୁଙ୍କାର ଦେଇଛନ୍ତି ବରୋଧୀ । ୧୬ତମ ଲୋକସଭାର ଶେଷ ଦିନରେ ଗୋଟିଏ ପଟେ ମୋଦି ସରକାର ନିଜ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟବିଷୟରେ ତଥ୍ୟ ରଖିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିରୋଧୀ ଦଳଙ୍କ ଏହି ବୈଠକରେ ଆଗାମୀ ନିର୍ବାଚନରେ ମୋଦି ଓ ବିଜେପିକୁ ଘେରିବା ରଣନୀତି ଉପରେ ଆଲୋଚନା ହୋଇଛି । ବୈଠକ ଶେଷ ହେବା ପରେ ସମସ୍ତ ନେତା ମିଡ଼ିଆ ସାମ୍ନାକୁ ଆସିଥିଲେ । ଗଣମାଧ୍ୟମକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ବିଗତ ପାଂଚ ବର୍ଷରେ ମୋଦ ସରକାର ଭାଇଚାର ଉପରେ କ୍ଷତି ପହଞ୍ଚାଇଛନ୍ତି । ଏପରିସ୍ଥଳେ ମୋଦି ଓ ଅମିତ ଶାହକଙ୍କୁ ହଟାଇବା ପାଇଁ ସମସ୍ତଙ୍କୁ ଏକାଠି ଲଢ଼େଇ ଜାରି ରଖିବା ପାଇଁ ପଡ଼ିବ ।

 

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ସୁରୁଖୁରୁରେ ବୈଠକ ହୋଇଛି । ଏହାବ୍ୟତୀତ ଏକ କମନ ମିନିମମ ପ୍ରୋଗ୍ରାମ ଉପରେ ଆଲୋଚନା ଆରମ୍ଭ ହୋଇଛି। ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ ମହାମେଣ୍ଟ ପାଇଁ ନିଷ୍ପତ୍ତି ନେଇଛୁ । ମୋଦିଙ୍କୁ ହଟାଇବା ଆମର ମୁଖ୍ୟଲକ୍ଷ୍ୟ । ଏହାକୁ ନେଇ ଆଗାମୀ ସମୟରେ ମଧ୍ୟ ବୈଠକ ଜାରି ରହିବ। ଅନ୍ୟ ପଟେ ଫାରୁକ ଅବଦୁଲ୍ଲା କହିଛନ୍ତି, କେଜରିଓ୍ଵାଲଙ୍କ ଧାରଣାରେ ସ୍ଥିର ହୋଇଥିଲା ଆମେ ଏକ ସଙ୍ଗେ ନିର୍ବାଚନରେ ଓହ୍ଲାଇବୁ। ଆମେ ମିଳିତ ଭାବେ ଉଦ୍ୟମ କରିବୁ ଏମିତି ଏକ ସରକାର କ୍ଷମତାକୁ ଆସୁ ଯିଏ ଦେଶକୁ ଏକ ସଙ୍ଗେ ରଖିବ।

ସୂଚନାଯୋଗ୍ୟ ଗତକାଲି ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସଂସଦରେ ଅଭିଭାଷଣବେଳେ କହିଥିଲେ ମୁଲାୟମ । ସେ କହିଥିଲେ ମୋଦି ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଆମେ ଆପଣଙ୍କୁ ସମ୍ମାନ ଦେଉଛୁ । ଏହାସହ ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେ ଶୁଭକାମନା ଜଣାଇଥିଲେ । ମୁଲାୟମଙ୍କ ଏହି ବକ୍ତବ୍ୟ ପରେ ମୋଦି ନମସ୍କାର ଜଣାଇଥିଲେ । ତେବେ ମୁଲାୟମ ସିଂଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ଏପରି ବୟାନ ପରେ ବିରୋଧୀ ଶିବିରରେ ହଲଚଲ ସୃଷ୍ଟି ହେଉଛି ।