ମୈଦାନ ସଜ୍ଜିତ, ସିପାହୀ ପ୍ରସ୍ତୁତ ! ଜାଣନ୍ତୁ ବିଧାନସଭା ନିର୍ବାଚନ ପାଇଁ କେତେ ମହିଳାଙ୍କୁ ଟିକେଟ ଦେଲେ ନବୀନ ?

266

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୫୪ ବିଧାନସଭା ଓ ୯ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥି ତାଲିକା ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ଟି ଲୋକସଭା ଆସନରୁ ୩ ମହିଳାଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ଏହାସହ ୫୪ ବିଧାସଭା ପାଇଁ ମାତ୍ର ୧୦ ଜଣଙ୍କୁ ମିଳିଛି ବିଧାନସଭା ଟିକେଟ ।

କଳାହାଣ୍ଡି – କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ କୌଣସି ବି ବିଧାନସଭା କ୍ଷେତ୍ର ପାଇଁ ମହିଳାଙ୍କୁ ଟିକେଟ ଦିଆଯାଇ ନାହିଁ । ଭବାନୀପାଟଣା ବିଧାନସଭା ପାଇଁ ଦୁଷ୍ମନ୍ତ ନାଏକ ନର୍ଲା ଆସନରୁ ଭୂପିନ୍ଦର ସିଂ,ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ, ଏବଂ ଖରିଆର ବିଧାନସଭା ଆସନରୁ ଫାଇଟ୍ କରିବେ ଲମ୍ବୋଧର ନିଆଲ ।

ନବରଙ୍ଗପୁର – ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରୁ ମାତ୍ର ଜଣେ ମହିଳାଙ୍କୁ ମିଳିଛି ଟିକେଟ ।  କୋଟପାଡ ଲୋକସଭା ଆସନରୁ ପଦ୍ମିନୀ ଡିଆଁଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ । ସେହପରି ଉମରକୋଟ ବିଧାନସଭା ଆସନ ପାଇଁ ଶ୍ରୀ ସୁବାସ ଗଣ୍ଡଙ୍କ ନବରଙ୍ଗପୁର ବିଧାନସଭା ଆସନରୁ ସଦାଶିବ ପ୍ରଧାନ, ଡ଼ାବୁଗାଁରୁ ମନୋହର ରାନ୍ଧାରୀ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପୁୂର୍ଣ୍ଣଚନ୍ଦ୍ର ସାକାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

କୋରାପୁଟ – କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ କୌଣସି ବି ବିଧାସଭା ଆସନ ପାଇଁ ମହିଳାଙ୍କୁ ଦିଆଯାଇନି ଟିକେଟ । ଗୁଣୁପୁର ବିଧାନସଭା ଆସନରୁ ରଘୁରାମ ଗମାଙ୍ଗ, ବିଷମକଟକରୁ ଜଗନ୍ନାଥ ସାରକା, ରାୟଗଡ଼ାରୁ ଲାଲବିହାରୀ ହିମିରିକା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ଜୟପୁରରୁ ରବି ନାରାୟଣ ନନ୍ଦ, ଓ କୋରାପୁଟରୁ ରଘୁରାମ ପଢାଳ ବିଜେଡି ଟିକଟରେ ନିର୍ବାଚନ ଲଢିବେ ।

ବ୍ରହ୍ମପୁର- ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରୁ ୩ ଜଣ ମହିଳାଙ୍କୁ ମିଳିଛି ଟିକେଟ । ଚିକିଟିରୁ ଉଷା ଦେବୀ, ମୋହନାରୁ ପୂର୍ଣ୍ଣବାସୀ ନାୟକ ଓ ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତିଙ୍କୁ ଟିକେଟ ଦେଇଛନ୍ତି ନବୀନ । ଏହାବ୍ୟତୀତ ଛତ୍ରପୁର ବିଧାନସଭା ଆସନରୁ ସୁବାସ ଚନ୍ଦ୍ର ବେହେରା, ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ସୂର୍ଯ୍ୟ ନାରାୟଣ ପାତ୍ର, ଭଂଜନଗରରୁ ବିକ୍ରମ କେଶରୀ ଆରୁଖଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ବଲାଙ୍ଗୀର – ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ଜଣେ ମାତ୍ର ମହିଳାଙ୍କୁ ଟିକେଟ ଦେଇଛନ୍ତି ନବୀନ । ଟିଟଲାଗଡ ବିଧାନସଭା ଆସନ ପାଇଁ ଟୁକୁନି ସାହୁଙ୍କୁ ମିଳିଛି ଟିକେଟ ।  ପାଟଣାଗଡ ପାଇଁ ସରୋଜ ମେହେର, ସୋନପୁର ପାଇଁ ନିରଂଜନ ପୂଜାରୀ, କଂଟାବାଝିଂ ପାଇଁ ଅଜୟ ଦାସ ଓ ବୀରମହାରାଜପୁର ପାଇଁ ପଦ୍ମନାଭ ବେହେରାଙ୍କ ବିଜେଡି ପ୍ରାର୍ଥୀ କରିଛି ।

ବରଗଡ –  ବରଗଡ ଲୋକସଭା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରୁ ମଧ୍ୟ ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଅତାବିରା ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ ଦିଆଯାଇଛି । ବରଗଡ ବିଧାନସଭା ଆସନ ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ  ଭଟଲି ପାଇଁ ସୁଶାନ୍ତ ସିଂ, ପଦ୍ମପୁର ପାଇଁ ବିଜୟ ରଂଜନ ସିଂ ବାରହା, ବିଜେପୁର ପାଇଁ  ନବୀନ ପଟ୍ଟନାୟକ ଓ ଝାରସୁଗୁଡା ବିଧାନସଭା ନବ ଦାସଙ୍କୁ ଟିକେଟ୍ ମିଳିଛି ।

କନ୍ଧମାଳ – କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମଧ୍ୟରୁ କୌଣସି ମହିଳାଙ୍କୁ ଟିକେଟ ମିଳିନି ।  ବାଲିଗୁଡା ବିଧାନସଭା ଆସନ ପାଇଁ ଚକ୍ରଧର କଅଁର, ଜି ଉଦୟଗିରି ଆସନରୁ ସାଲୁଗା ପ୍ରଧାନ, ବୌଦ୍ଧ ବିଧାନସଭା କ୍ଷେତ୍ରରୁ ପ୍ରଦୀପ ଅମାତ, ଦଶପଲ୍ଲାରୁ ରମେଶ ବେହେରା ଏବଂ କଂଟାମାଳରୁ ମହୀଧର ରଣାଙ୍କୁ ବିଜେଡି ଟିକଟ ଦେଇଛି ।

ଆସ୍କା – ଆସ୍କାରୁ ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ୪ ଜଣଙ୍କୁ ଟିକେଟ ଦେଇଛନ୍ତି ନବୀନ । ଆସ୍କା ବିଧାନସଭାରୁ  ମଞ୍ଜୁଳା ସ୍ୱାଇଁ, ସାନଖେମୁଣ୍ଡିରୁ ନନ୍ଦୀନି ଦେବୀ, କବି ସୂର୍ଯ୍ୟନଗରରୁ ଲତିକା ପ୍ରଧାନ,  ଖଲ୍ଲିକୋଟରୁ ଶ୍ରୀମତି କେକେ ସୂର୍ଯ୍ୟମଣୀ ବୈଦଙ୍କୁ ମିଳିଛି ଟିକେଟ ।  ଏହାବ୍ୟତୀତ ସୋରଡାରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ହିଞ୍ଜଳିକାଟୁରୁ ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପୋଲସାରାରୁ ଶ୍ରୀକାନ୍ତ ସାହୁ କବି ବିଜେଡି ଟିକଟରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ।

ସୁନ୍ଦରଗଡ଼-  ସୁନ୍ଦରଗଡ  ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମଧ୍ୟ ଜଣେ ବି ମହିଳାଙ୍କୁ ମିଳିନି ଟିକେଟ ।  ସୁନ୍ଦରଗଡ଼ ବିଧାସଭା ଆସନ ପାଇଁ ଯୋଗେଶ ସିଂ, ରାଜଗାଙ୍ଗପୁରରୁ ମଙ୍ଗଳା କିଷାନ, ତଲସାରାରୁ  ଷ୍ଟିଫେନ ସୋରେନ, ରାଉରକେଲାରୁ ସାରାଦା ନାୟକ, ରଘୁନାଥପଲ୍ଲୀରୁ ସୁବ୍ରତ ତରାଇ ଓ ବଣାଇ ବିଧାନସଭା ଆସନ ପାଇଁ  ରଂଜିତ କିଶାନଙ୍କ ନାଁ ଘୋଷଣା କରିଛି ବିଜେଡି ।