ଅନଲାଇନରେ ମଦ କିଣି ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ : ସୋସିଆଲ ମିଡିଆରେ ବିଜ୍ଞାପନ ଦେଖି ମଦ କିଣିବାରୁ ସ୍କାନକୋଡ ବଳରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟିନେଲେ ସାଇବର ଠକ, ଅଭିଯୋଗ ରଖିଲାନି ଚନ୍ଦ୍ରଶେଖରପୁର ଥାନା

258

କନକ ବ୍ୟୁରୋ : ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଏକ ବିଜ୍ଞାପନକୁ ଦେଖି ଯୁବକ ମଦ କିଣିବାକୁ ପ୍ରୟାସ କରିଥିଲେ । ତେବେ ମଦ କିଣିବା ପାଇଁ ସ୍କାନ କୋଡରେ ୭୦ ହଜାରରୁ ଅଧକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର ଦେବାକୁ ଯାଇଥିଲେ ବି ଏହାକୁ ସଂପୃକ୍ତ ଥାନା ରଖିନଥିବା ଅଭିଯୋଗ ହୋଇଛି ।

ନିଜେ ସାଇବର ସିକ୍ୟୁରିଟି ଦାୟିତ୍ୱରେ ଥିବା ଯୁବକ ଜଣକ ଏପରି ଠକାମିର ଶିକାର ହୋଇଛନ୍ତି । ଅନ୍ୟକୁ ସାଇବର ଠକେଇରୁ ନିବୃତ୍ତ କରୁଥିବା ମଣିଷ ଟିକିଏ ଅସାବଧାନତା ଯୋଗୁଁ ଆଜି ୭୦ ହଜାରରୁ ଉର୍ଦ୍ଧ ଟଙ୍କା ହରାଇଛି । ଘଟଣା ଅନୁସାରେ ପ୍ରଥମେ ଫେସବୁକରେ ଆଡ଼୍ ଦେଖି ମଦ କିଣିବା ପାଇଁ ଯୋଗାଯୋଗ କରିଥିଲେ ସମ୍ପୃକ୍ତ ଯୁବକ । ତେବେ ଯୋଗଯୋଗ ପରେ ଅଳ୍ପ ରାଶି ଜମା କରିବା ପାଇଁ କୁହାଯାଇଥିଲା ।

ଆଉ ଏଥିପାଇଁ ତାଙ୍କ ନିକଟକୁ ଆସିଥିଲା ଏକ ସ୍କାନ କୋର୍ଡ଼ । ସ୍କାନ କୋଡ଼ରେ ସ୍କାନ କରିବା ପରେ ଥରକୁ ଥର ତିନି ଥର କରି ୭୦ ହଜାର ଟଙ୍କା କଟିଯାଇଥିଲା । ଟଙ୍କା କଟିଗଲା ପରେ ଯୁବକ ଜଣକଙ୍କ ଚେତା ପଶିଥିଲା । ଆଉ ଜାଣିବାକୁ ପାଇଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟରୁ ରାଜଧାନୀରେ ଅନଲାଇନରେ ମଦ କିଣି ସାଇବର ଠକେଇର ଶିକାର ହୋଇସାରିଛନ୍ତି ଲୋକେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.