କନକ ବ୍ୟୁରୋ : ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଏକ ବିଜ୍ଞାପନକୁ ଦେଖି ଯୁବକ ମଦ କିଣିବାକୁ ପ୍ରୟାସ କରିଥିଲେ । ତେବେ ମଦ କିଣିବା ପାଇଁ ସ୍କାନ କୋଡରେ ୭୦ ହଜାରରୁ ଅଧକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର ଦେବାକୁ ଯାଇଥିଲେ ବି ଏହାକୁ ସଂପୃକ୍ତ ଥାନା ରଖିନଥିବା ଅଭିଯୋଗ ହୋଇଛି ।
ନିଜେ ସାଇବର ସିକ୍ୟୁରିଟି ଦାୟିତ୍ୱରେ ଥିବା ଯୁବକ ଜଣକ ଏପରି ଠକାମିର ଶିକାର ହୋଇଛନ୍ତି । ଅନ୍ୟକୁ ସାଇବର ଠକେଇରୁ ନିବୃତ୍ତ କରୁଥିବା ମଣିଷ ଟିକିଏ ଅସାବଧାନତା ଯୋଗୁଁ ଆଜି ୭୦ ହଜାରରୁ ଉର୍ଦ୍ଧ ଟଙ୍କା ହରାଇଛି । ଘଟଣା ଅନୁସାରେ ପ୍ରଥମେ ଫେସବୁକରେ ଆଡ଼୍ ଦେଖି ମଦ କିଣିବା ପାଇଁ ଯୋଗାଯୋଗ କରିଥିଲେ ସମ୍ପୃକ୍ତ ଯୁବକ । ତେବେ ଯୋଗଯୋଗ ପରେ ଅଳ୍ପ ରାଶି ଜମା କରିବା ପାଇଁ କୁହାଯାଇଥିଲା ।
ଆଉ ଏଥିପାଇଁ ତାଙ୍କ ନିକଟକୁ ଆସିଥିଲା ଏକ ସ୍କାନ କୋର୍ଡ଼ । ସ୍କାନ କୋଡ଼ରେ ସ୍କାନ କରିବା ପରେ ଥରକୁ ଥର ତିନି ଥର କରି ୭୦ ହଜାର ଟଙ୍କା କଟିଯାଇଥିଲା । ଟଙ୍କା କଟିଗଲା ପରେ ଯୁବକ ଜଣକଙ୍କ ଚେତା ପଶିଥିଲା । ଆଉ ଜାଣିବାକୁ ପାଇଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟରୁ ରାଜଧାନୀରେ ଅନଲାଇନରେ ମଦ କିଣି ସାଇବର ଠକେଇର ଶିକାର ହୋଇସାରିଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/24-2.jpg)