କରୋନା ପ୍ରଭାବରେ ଶିକ୍ଷାନୁଷ୍ଠାନରେ ପଡିଛି ତାଲା : ଅନଲାଇନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

480

କନକ ବ୍ୟୁରୋ : କରୋନା ପ୍ରଭାବରେ ଶିକ୍ଷାନୁଷ୍ଠାନରେ ପଡିଛି ତାଲା । କୋଚିଂ ସେଣ୍ଟର୍ ଓ ଟିଉସନ ବି ବନ୍ଦ। ଏପ୍ରିଲ ୧୪ ଯାଏ ସାରା ରାଜ୍ୟରେ ଲକ୍‌ଡାଉନ୍ ହୋଇଥିବାରୁ ପିଲାମାନେ ଘରେ ରହି ପଢ଼ୁଛନ୍ତି। ଏଭଳି ସମୟରେ ସେମାନଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଅଧିକାଂଶ ଶିକ୍ଷକ ଭିଡିଓ କଲିଂ ଟିଉସନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଣ୍ଡ୍ରଏଡ୍‌ ଫୋନ କିମ୍ବା ଲାପ୍‌ଟପ୍ ସହଯୋଗରେ ଶିକ୍ଷକମାନେ ଘରେ ରହି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି। ଲାଇଭ କ୍ଲାସ୍ କରୁଛନ୍ତି । ଏଭଳି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରି ସଙ୍ଗେ ସଙ୍ଗେ ଦ୍ୱନ୍ଦ୍ବ ଦୂର କରିପାରୁଛନ୍ତି ।

ଘରୋଇ ସ୍କୁଲଗୁଡିକ ଏଦିଗରେ ବହୁ ଆଗରେ ରହିଛନ୍ତି । ସେମାନେ ପାଳି କରି ଶିକ୍ଷକଙ୍କୁ କ୍ୟାମ୍ପସକୁ ଡାକୁଛନ୍ତି । ବିଭିନ୍ନ ଦିନରେ ଜଣେ ଜଣେ ଶିକ୍ଷକ ଅନଲାଇନରେ ରହି ପିଲାଙ୍କ ସହ ଆଲୋଚନା କରୁଛନ୍ତି । ଶିକ୍ଷକମାନେ ବି ପିଲାଙ୍କୁ ହୋମୱର୍କ ଦେଉଛନ୍ତି । ଆଗକୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ସେ ବିଷୟରେ ବି ପିଲାଙ୍କୁ ସୂଚନା ଦିଆଯାଉଛି ।

ଭିଡିଓ କଲିଂ ମାଧ୍ୟମରେ ଶିକ୍ଷକଙ୍କଠାରୁ ପରାମର୍ଶ ପାଇବା ଓ ଲାଇଭ କ୍ଲାସ୍‌ ମୋ ପାଇଁ ଉପଯୋଗୀ ହୋଇଛି। ଏହା ଏକ ସଫଳ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ଏଭଳି ଘଡ଼ିସନ୍ଧି ସମୟରେ ଘରୁ ନ ବାହାରି ଅନ୍‌ଲାଇନ୍ କ୍ଲାସ୍ ମାଧ୍ୟମରେ ପାଠପଢ଼ିବା ଓ ସମସ୍ୟା ଥିଲେ ସାର୍‌ଙ୍କଠାରୁ ସରଳ ଉପାୟରେ ସମସ୍ୟା ସମାଧାନର ବାଟପାଉଛୁ । ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଛାତ୍ରଛାତ୍ରୀ ପ୍ରକାଶ ପାଇଛନ୍ତି  ।