କନକ ବ୍ୟୁରୋ : ଗତବର୍ଷ ସେପ୍ଟେମ୍ବର ୧୮ରେ କଶ୍ମୀରର ଉରି ସ୍ଥିତ ସେନା ମୁଖ୍ୟାଳୟ ଉପରେ ପାକ୍‌ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୮ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ପକ୍ଷରୁ ମେଜର ମାଇକ୍‌ ଟାଙ୍ଗୋଙ୍କ ନେତୃତ୍ୱରେ ପାକ୍‌ ଅଧିକୃତ କଶ୍ମୀରର ୪ଟି ଟାର୍ଗେଟରେ ସର୍ଜିିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା । ଏଥିରେ ୨ ପାକ୍‌ ଯବାନ ଓ ୩୮-୪୦ ଆତଙ୍କବାଦୀ ନିପାତ ହୋଇଥିଲେ । ଘଟଣାର ବର୍ଷ ପୂର୍ତ୍ତି ଅବସରରେ ଶିବ ଅରୁର ଓ ରାହୁଲ ସିଂହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଇଣ୍ଡିଆ‘ସ୍‌ ମୋଷ୍ଟ ଫିଅରଲେସ୍‌: ଟ୍ରୁ ଷ୍ଟୋରିଜ ଅଫ୍‌ ମଡର୍ଣ୍ଣ ମିଲିଟାରୀ ହିରୋଜ୍‌’କୁ ପେଙ୍ଗୁଇନ ଇଣ୍ଡିଆ ପ୍ରକାଶ କରିଛନ୍ତି । ଏଥିରେ ମେଜର ଟାଙ୍ଗୋଙ୍କ ନେତୃତ୍ୱରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ପର୍କିତ ବହୁ ଗୋପନ ଘଟଣାକୁ ଉଲ୍ଲେଖ କରାଯାଇଛି । ଶତ୍ରୁ ରାଷ୍ଟ୍ରରେ ଦୁଃସାହସିକ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଫେରିବା ସବୁଠାରୁ କଷ୍ଟସାଧ୍ୟ ଥିଲା ବୋଲି ମେଜର ଟାଙ୍ଗୋଙ୍କ ଉକ୍ତିକୁ ଏଥିରେ ବର୍ଣ୍ଣନା କରାଯାଇଛି ।

Advertisment

publive-imageଉରି ଆକ୍ରମଣରେ ବିହାରର ୬ ଘାତକ ପ୍ଲାଟୁନ ଓ ୧୦ ଡୋଗ୍ରା ୟୁନିଟର ଅଧିକାଂଶ ଯବାନ ସହିଦ ହୋଇଥିବାରୁ ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଏହି ଦୁଇ ୟୁନିଟର ବଛାବଛା ୧୯ଜଣ ଯବାନଙ୍କୁ ସୁଯୋଗ ଦିଆ ଯାଇଥିଲା । ଅପରପକ୍ଷରେ ଏହି ଯବାନମାନେ ପାହାଡ଼ିଆ ଯୁଦ୍ଧରେ ଉଚ୍ଚ ପ୍ରଶିକ୍ଷିତ ଥିଲେ । ଜୈଶ ଆତଙ୍କବାଦୀଙ୍କ ଏହି ୪ଟି ଲଞ୍ଚ ପ୍ୟାଡକୁ ଟାର୍ଗେଟ କରାଯିବାନେଇ ‘ଆଇବି’ ଓ ‘ର’ ଗୁଇନ୍ଦା ସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିଲା । ଏହି ସମସ୍ତ ଆତଙ୍କବାଦୀ ଶିବିର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ପରିଚାଳିତ ହେଉଥିବାବେଳେ ପାକ୍‌ ସେନା ଏହାକୁ ସୁରକ୍ଷା ଦେଉଥିଲା ।

ଏହି ସଂକ୍ଷିପ୍ତ ଯୁଦ୍ଧର ସଫଳତା ଉପରେ ଭାରତର ସମ୍ମାନ ନିର୍ଭର କରୁଥିବାରୁ ସମସ୍ତ ଯବାନଙ୍କୁ ଅତ୍ୟନ୍ତ ମାରଣpublive-image ଶକ୍ତି ସମ୍ପନ୍ନ ଗ୪ଇ୧ ୫.୬ କାରବାଇନ ଓ ଇସ୍ରାଏଲ ନିର୍ମିତ ଟାଭର ଆସଲ୍ଟ ରାଇଫଲ, ଗ୍ରେନେଡ଼ ଲଞ୍ଚର, ଗଲିଲ ସ୍ନିପର ରାଇଫଲ, ରାତିରେ ଦେଖିପାରିବା କ୍ୟାମେରା ଆଦି ଯୋଗାଇ ଦିଆଯାଇଥିଲା । ସବୁ ଆତଙ୍କବାଦୀ ଶିବିର ପାକ୍‌ ସେନା ଘାଟି ନିକଟରେ ଥିବାରୁ ଆକ୍ରମଣ ପରେ ସେଠାରୁ ଫେରିବା ଅତ୍ୟନ୍ତ ଜଟିଳ ଥିଲା । ଅଭିଯାନର ନେତୃତ୍ୱ ନେଇଥିବାରୁ ସେଠାରୁ ସମସ୍ତ ସହଯୋଗୀଙ୍କୁ ଜୀବନ୍ତ ଫେରାଇଆଣିବା ମୋର ନୈତିକ ଦାୟିତ୍ୱ ଥିଲା ।  ତେଣୁ ମୁଁ କିଛିଟା ବିଚଳିତ ଓ ବିବ୍ରତବୋଧ କରୁଥିଲି ବୋଲି ମେଜର ଟାଙ୍ଗୋ ଉଲ୍ଲେଖ କରିଛନ୍ତି ।

publive-imageତାଙ୍କ ନେତୃତ୍ୱରେ ୩ଟି ପୃଥକ ଟିମ୍‌ ପ୍ରଥମେ ଦୁଇଟି ଆତଙ୍କବାଦୀ ଶିବିର ଓ ଏହାପରେ ଅନ୍ୟ ଦୁଇଟି ଶିବିର ଉପରେ ଘାତକ ଆକ୍ରମଣ କରିଥିଲେ । ଏଥିରେ ମୋଟ ୩୮-୪୦ ଜଣଙ୍କୁ ନିପାତ କରାଯାଇଥିଲା । ଯେଉଁ ବାଟଦେଇ ସେମାନେ ଯାଇଥିଲେ ସେହି ରାସ୍ତାରେ ନଫେରି ଅନ୍ୟ ରାସ୍ତାରେ ଫେରିବାକୁ ମେଜର ଟାଙ୍ଗୋ ନିଷ୍ପତ୍ତି ନେଇଥିିଲେ । ଏହା ଦୀର୍ଘଥିଲା ହେଲେ ନିରାପଦ ରହିଥିଲା । କିନ୍ତୁ ପାକ୍‌ ସେନା ପକ୍ଷରୁ ସେମାନଙ୍କ ଉପରେ ସାଂଘାତିକ ଆକ୍ରମଣ କରାଯାଇଥିଲା । ସେମାନଙ୍କ ପାଖରେ ଯେତେ ଶକ୍ତିଶାଳୀ ଅସ୍ତ୍ରଥିଲା, ସେସବୁକୁ ସେମାନେ ବ୍ୟବହାର କରିଥିଲେ । ପାକ୍‌ ସେନାର ସନ୍ଧାନୀ ସ୍ନାଇପରଙ୍କ ଗୁଳି ଭାରତୀୟ ଯବାନଙ୍କ ମୁଣ୍ଡ ଓ କାନ ପାଖଦେଇ ଯାଉଥିଲା । ଏହା ଏଡ଼ାଇବାକୁ ସେମାନେ କେତେବେଳେ ଭୂମିରେ ଲେପଟାଇ ତ କେତେବେଳେ ବୃକ୍ଷ ଅନ୍ତରାଳରେ ରହି ଓ ସାପ ପରି ଘୁଷୁରି ଘୁଷୁରି ଭାରତୀୟ ସୀମା ଆଡ଼କୁ ଆଗେଇ ଚାଲିଥିଲେ । ବହୁ ସମୟରେ ମାତ୍ର କିଛି ଇଞ୍ଚ ବ୍ୟବଧାନରେ ଯବାନମାନଙ୍କ ଗୁଳି ଭୂମିରେ ମାଡ଼ ହେଉଥିଲା । ଶେଷରେ ସୂର୍ଯ୍ୟ ଉଦୟ ପୂର୍ବରୁ ସମସ୍ତ ଯବାନ ସୀମାପାର ହୋଇ ସ୍ୱଦେଶରେ ପାଦ ଦେବାକୁ ସଫଳ ହୋଇଥିଲେ ।