କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଗୋଟିଏ ପଟେ ନିୟନ୍ତ୍ରଣ ରେଖାରେ ପିସକ୍ତାନର ଲଗାତାର ଅସନ୍ତ୍ରବିରତି ଉଲ୍ଲଂଘନକ ରୁଛି ଅନ୍ୟପଟେ ଘାଟିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହେଉଛନ୍ତି । ଜମ୍ମୁ-କଶ୍ମୀରର ହନ୍ଦୱାଡା ନିକଟ କ୍ରାଲଗୁଣ୍ଡରେ ଆଜି ସୁରକ୍ଷାବାହିନୀର ଯବାନ ମାନେ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଘଟନାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ନିହତ ହୋଇଥିବା ବେଳେ ଆଉ ଜଣେ ଲୁଚି ରହିଥିବା ଜଣାପଡ଼ିଛି ।
image courtesy - images.financialexpress.comତେବେ ଘଟଣାସ୍ତଳରୁ ବିପୁଳ ପରିମାଣ ଅସ୍ତ୍ରସସ୍ତ୍ର ଉଦ୍ଧାର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛି ସୋନ । ଉକ୍ତ ଗାଁରେ କେତେକ ଆହୁରି କେତେକ ଆତଙ୍କବାଦୀ ଛପି ରହିଥିବା ଖବର ମିଳିଛି । ହନ୍ଦୱାଡା ଓ କୁପଓ୍ଵାରା ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା କାଟି ଦିଆଯାଇଛି। ସୂଚନାଯୋଗ୍ୟ ଫେବୃୟାରୀ ୧୪ ପୁଲୱାମା ଆତଙ୍କବାଦୀ ଘଟଣା ପରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/encounter-1502889303.jpg)