ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ସୂଚନା । ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ରେ ପହଞ୍ଚିଲା ।

326

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱର ବୋଲି ସୂଚନା ମିଳିଛି । ତେବେ ଆଜି ଜଣେ ଆକ୍ରାନ୍ତ ଜଣକ ସୁସ୍ଥ ହେବାପରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି । ଭୁବନେଶ୍ୱରରେ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ସୁସ୍ଥ ହୋଇସାରିଥିବା ବେଳେ ୧୩ ଜଣ ଚିକିତ୍ସିତ ହେଉଛନ୍ତି । ସେହପରି ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ ମାମଲା ୧୪୧ ରହିଛି ଏବଂ କରୋନାରେ ୨ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୭ ଜଣ ହୋଇଥିବାବେଳେ ମୟୂରଭଞ୍ଜରୁ ୩ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପି ଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଁଚିଛି ।