ସେଲଫି ନେଲା ଜୀବନ : ରାମଦୋଳିରେ ବସି ସେଲଫି ନେଉଥିବା ବେଳେ ଭାରସାମ୍ୟ ହରାଇ ଖସିପଡିଲେ ୨ ଯୁବକ, ଜଣେ ମୃତ ଓ ଜଣେ ଗୁରୁତର

590

କନକ ବ୍ୟୁରୋ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଚାଲିଥିବା ଧନୁଯାତ୍ରାରେ ଅଘଟଣ । ସେଲଫି ନେବାବେଳେ ରାମଦୋଳିରୁ ପଡି ଜଣକର ମୃତ୍ୟୁ ହୋଇଛି । ଗତକାଲି ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ।

ଜଗା ବାରିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ସକାଳେ ଜଗାର ମୃତ୍ୟୁ ହୋଇଛି । ବହୁ ଉଚ୍ଚତାରୁ ଖସିପଡି ଏହି ଯୁବକଙ୍କ ମୃତ୍ୟୁ ହୋଇଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଏଭଳି ଏକ ଅଘଟଣ ଘଟିଛି ଜ୍ଝ ମାଧ ଛତ୍ରିଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ ଜଗା ବାରିକଙ୍କ ଘର ରାମପୁର ତେଲିପାଲି ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.