ବାଇକକୁ ଧକ୍କା ଦେଲା ଟ୍ରଲର : ଜଣେ ମୃତ, ଜଣେ ଗୁରୁତର

Advertisment
ବାଇକକୁ ଧକ୍କା ଦେଲା ଟ୍ରଲର : ଜଣେ ମୃତ, ଜଣେ ଗୁରୁତର

http://sambad.in/

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ବଡ଼ ପୋଖରୀଠାରେ ଦୁର୍ଘଟଣା  ।ଶନିବାର ଅପରାହ୍ନରେ ଏକ ବାଇକ୍‌କୁ ଅଜଣା ଟ୍ରଲର ଧକ୍କା ଦେବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପରିଚାଳନା ନିର୍ଦ୍ଦେଶକ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟବସାୟୀ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ବିଶ୍ରାମପୁର ଗ୍ରାମର ଗୋପୀନାଥ ପ୍ରଧାନଙ୍କ ପୁଅ ଗଣେଶ୍ୱର ପ୍ରଧାନ (୫୦) । ସେହି ଗ୍ରାମର ଭାନୁ ଦାଶଙ୍କ ପୁଅ ତଥା ବେତନଟୀ ଲ୍ୟାମ୍ପସ୍ର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସ ଗୁରୁତର ଅଛନ୍ତି ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ୧୮ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲର ଯାଉଥିଲା । ବଡ଼ପୋଖରୀଠାରେ ବିପରୀତ ଦିଗରୁ ଏକ ବାଇକରେ ଗଣେଶ୍ୱର ଓ ଭାନୁ ବେତନଟୀ ଆସୁଥିଲେ । ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ୨ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଟ୍ରଲର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ୨ ଜଣଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହସ୍‌ପିଟାଲରେ ଗଣେଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ହିମାଂଶୁଙ୍କୁ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ବ୍ୟବସାୟୀ ଗଣେଶ୍ୱର (ଡୁଲି) ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିଲେ। ତେଣୁ ତାଙ୍କର ମୃତ୍ୟୁ ଖବର ପାଇ ଲୋକେ ହସ୍‌ପିଟାଲରେ ଭିଡ଼ ଜମାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। ପୁଲିସ ଟ୍ରଲରକୁ ଧରିବା ପାଇଁ ଛାନ୍‌ଭିନ୍‌ କରୁଥିବା ବେଳେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe