ହାଇଦ୍ରାବାଦରୁ ଆଉ ଜଣେ ମହିଳାଙ୍କ ଗଳିତଶବ ଉଦ୍ଧାର : ପ୍ରିୟଙ୍କା ରେଡ୍ଡିଙ୍କ ମୃତଦେହ ମିଳିଥିବା ଅଂଚଳରୁ ଉଦ୍ଧାର ହେଲା ମହିଳାଙ୍କ ପୋଡ଼ା ଶରୀର,ମୃତ୍ୟୁର କାରଣ ଅସ୍ପଷ୍ଟ

674

କନକ ବ୍ୟୁରୋ : ହାଇଦ୍ରାବାଦରୁ ଆସିଛି ବର୍ବରତାର ଆଉ ଏକ ଚିତ୍ର । ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେବା ଘଟଣା ମନରୁ ଯାଇନି । ସାମ୍ନାକୁ ଆସିଛି ଆଉ ଜଣେ ମହିଳାଙ୍କ ସହିତ ବର୍ବରତାର ଚିତ୍ର । ହାଇଦ୍ରାବାଦର ଶମସାବାଦରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ପୋଡା ମୃତ ଦେହ । ଯେଉଁ ଅଂଚଳରେ ମହିଳା ଡ଼ାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳି ଦେଇଥିଲେ ଦୁର୍ବୃତ, ସେହି ଅଂଚଳ ଠାରୁ କିଛି ଦୂରରେ ସିଡ଼ୁଲାଗଟ୍ଟା ରାସ୍ତା କଡରୁ ଠାବ ହୋଇଛି ଏହି ମୃତ ଦେହ ।

ଘଟଣା ସ୍ଥଳରେ ହାଇଦ୍ରାବାଦ ପୋଲିସ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି । ନିଜ ଆଡୁ ଏତଲା ରୁଜ୍ଜୁ କରି ପୋଲିସ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି । ପୁଲିସ କମିଶନର କହିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ । ମୃତ ମହିଳାଙ୍କ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଦୁଇଟି ଯାକ ସ୍ଥାନରେ ଦୁର୍ବୃତଙ୍କ ଶିକାର ବନିଛନ୍ତି ମହିଳା । ଆଉ ମହିଳାଙ୍କୁ ଜାଳି ଦିଆଯାଇଛି । ଏହି ଘଟଣାକୁ ହାଇଦ୍ରାବାଦ ପୋଲିସ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିବା କହିଛି ।