ବଲିଉଡର ହଟ୍ ଅଭିନେତ୍ରୀ ମଲାଇକା ଅରୋରା ଖାନ ଓ ତାଙ୍କ ପତି ଅରବାଜ ଖାନ ପୁଣି ଥରେ ଏକାଠି ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇ ସେମାନେ ଅଲଗା ରହୁଛନ୍ତି । ସେ ଯାହା ହେଉ ସବୁଠୁ ଭଲ କଥା ହେଲା ଉଭୟଙ୍କ ପରିବାର ମଧ୍ୟରେ ଏବେ ବି ଯିବା ଆସିବା ଲାଗି ରହିଛି ଏବଂ ଉଭୟେ କେବେ କେବେ ଦେଖା ମଧ୍ୟ କରୁଛନ୍ତି ।
ଉଭୟେ ଗତରାତି ମଲାଇକାଙ୍କ ଏକ ସାଙ୍ଗର ପାର୍ଟିରେ ଏକାଠି ନଜର ଆସିଥିଲେ । ଏହି ପାର୍ଟିରେ ଅରବାଜଙ୍କ ଭଉଣୀ ଅର୍ପିତା, ପୁଅ ଆହିଲଙ୍କ ସହ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ପାର୍ଟି ଶେଷ ହେବା ବହୁତ ପୂର୍ବରୁ ମଲାଇକା ପାର୍ଟି ଛାଡି ଚାଲି ଯିବାର ଦେଖାଦେଇଥିଲା କିନ୍ତୁ ଅରବାଜ ବହୁତ ସମୟ ଧରି ପାର୍ଟି ଉପଭୋଗ କରିଥିଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/an.jpg)