ଆମେରିକାରେ ପୁଣି ହେଟ୍ କ୍ରାଇମ୍ ! ଫ୍ଲୋରିଡାରେ ପ୍ରବାସୀ ଭାରତୀୟଙ୍କ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

45

କନକ ବ୍ୟୁରୋ : ପୁଣି ଆମେରିକାରେ ହେଟ୍ କ୍ରାଇମ୍ । ଫ୍ଲୋରିଡାରେ ଜଣେ ପ୍ରବାସୀ ଭାରତୀୟଙ୍କ ଦୋକାନ ଜାଲିଦେଲେ ଦୁର୍ବୃତ୍ତ । ଅଭିଯୁକ୍ତ ରିଚାର୍ଡ ଲଏଡଙ୍କୁ ଅଟକ ରଖିଛି ଫ୍ଲୋରିଡା ପୁଲିସ । ସେ କହିଛି, ଦୋକାନର ମାଲିକ ଜଣେ ମୁସଲିମ୍ ଭାବି ସେ ଏହି କାଣ୍ଡ ଘଟାଇଛନ୍ତି । ଆମେରିକାରୁ ଆରବ ବାସୀଙ୍କୁ ବାହାର କରିଦେବା ପାଇଁ ସେ ଚାହୁଁଥିବା କହିଛି ରିଚାର୍ଡ ।

ଗତମାସରେ ଭାରତୀୟ ଇଂଜିନିୟର ଶ୍ରୀନିବାସଙ୍କୁ ଆମେରିକାର କାନସାସରେ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି କାଲୋଲିନାରେ ଆଉ ଜଣେ ବ୍ୟବସାୟୀଙ୍କୁ ତାଙ୍କ ଘର ସାମନାରେ ହତ୍ୟା କରାଯାଇଥିଲା । ୱାଶିଂଟନରେ ଜଣେ ଶିଖ୍ ବ୍ୟବସାୟୀ ମଧ୍ୟ ଗୁଳିମାଡରେ ଆହତ ହୋଇଥିଲେ ।