ମାଲକାନଗିରିରେ ପୁଣି ଲଗାଣ ବର୍ଷା । ପାଣିରେ ବୁଡିଲା ୩୨୬ ନମ୍ବର ଜାତୀୟ ରାଜପଥ । କାଙ୍ଗୁରୁ କୋଣ୍ଡା ଓ ପୋଟେରୁ ରାସ୍ତା ଉପରେ ପାଣି । କାଲିମେଳା ଯୋଗାଯୋଗ ଠପ୍ ।

Advertisment
ଆକାଶ ମାର୍ଗରୁ ଆସିଲା ମାଲକାନଗିରି ମୋଟୁ ବନ୍ୟାଂଚଳର ଚିତ୍ର । ବିପଦ ସଂକେତ ଉପରେ ବହୁଛି ସାବେରୀ ଓ ସିଲେରୁ ନଦୀ : ରାସ୍ତା ଉପରେ ଚାଲୁଛି ଡଙ୍ଗା

କନକ ବ୍ୟୁରୋ : ମାଲକାନଗିରିରେ ବନ୍ୟା ସ୍ଥିତି ସଙ୍ଗୀନ । ୫ ଦିନ ଧରି ଲଗାଣ ବର୍ଷା ପରେ ଜିଲ୍ଲାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରିି ପୋଟେରୁ , କାଙ୍ଗରୁକୋଡା, ଏମଭି-୯୬, ପଙ୍ଗାମା ଭଳି ସ୍ଥାନରେ ୫ ରୁ ୧୦ ଫୁଟର ଉଚ୍ଚରେ ରାଜପଥ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ମାଲକାନଗିିରି ଦେଇ ଯାଇଥିବା ୩୨୬ ନଂବର ଜାତୀୟ ରାଜପଥ ବି ବୁଡି ରହିଛି ବନ୍ୟା ଜଳରେ । ଫଳରେ ସେହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି ।

ମାଲକାନଗିରିରୁ କାଲିମେଳା ପଡିଆକୁ ବି ଯୋଗାଯୋଗ ବନ୍ଦ ହୋଇଯାଇଛି । ପୋଟେରୁରେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡି ମୋଟର ଠିଆ ହୋଇ ରହିଛି । ରାଜପଥ ଉପରେ ପାଣି ଚାଲିଥିବାରୁ ରାସ୍ତାରେ ଅନେକ ସ୍ଥାନରେ ଶହ ଶହ ମାଲବାହି ଗାଡି ଏବଂ ଯାନବାହନ ଠିଆ ହୋଇ ରହିଛି । ନଦୀର ଜଳସ୍ତର ବଢୁଥିବା ଅଂଚଳରେ ପୋଲିସ ଡେଂଜର ଜୋନ୍ ର ସିଗନାଲ ଲଗାଇବା ସହ ରାସ୍ତା ଉପରେ ବ୍ୟାରିକେଡ୍ କରିଛି ସ୍ଥିତି ଉପରେ ସତର୍କ ନଜର ରଖିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe