୪ ଟଙ୍କା ବଢ଼ିଲା ଓମଫେଡ଼୍ କ୍ଷୀର : ଆସନ୍ତାକାଲି ଠାରୁ ଲାଗୁହେବ ବର୍ଦ୍ଧିତ ଦର 

762

କନକ ବ୍ୟୁରୋ : ବଢ଼ିଲା ଓମଫେଡ଼୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ଲାଗୁହେବ ବର୍ଦ୍ଧିତ କ୍ଷୀର ଦର । ଓମଫେଡ଼୍ କ୍ଷୀର ଲିଟର ଫିଛା ୪  ଟଙ୍କା ବଢ଼ିଲା । ପୁର୍ବରୁ ଓମଫେଡ଼୍ କ୍ଷୀର ଲିଟର ଫିଛା ୪୦ ଟଙ୍କା ରହିଥିବା ବେଳେ ସରକାରଙ୍କ ନୂଆ ନିଷ୍ପତି କ୍ରମେ ଆସନ୍ତାକାଲି ଠାରୁ ୪୪ ଟଙ୍କାରେ ବିକ୍ରି ହେବ କ୍ଷୀର ଲିଟର ।

 

କ୍ଷୀର ଦର ବୃଦ୍ଧି ପରେ ଟୋନଡ଼୍ କ୍ଷୀର ଲିଟର ପିଛା ୩୮ ହୋଇଥିବା ବେଳେ ପ୍ରିମିୟମ୍ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୪ ଟଙ୍କା ହେଲା । ବର୍ଦ୍ଧିତ ଦର ଲାଗୁ ହେବା ପରେ ଉପକୃତ ହେବେ ଦୁଗ୍ଧ ଚାଷୀ । ଏବେ ଠାରୁ ଦୁଗ୍ଧ ଚାଷୀମାନେ କ୍ଷୀର ଲିଟର ପିଛା ଅଧିକ ୩ ଟଙ୍କା ପାଇବେ ।

କ୍ଷୀର ଦର ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏ ସମ୍ମନ୍ଧରେ କୃଷିମନ୍ତ୍ରୀ ଅରୁଣ ସାହୁ ଅବଗତ କରାଇଥିଲେ । ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ କହିଥିଲେ । ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନୀ ଗୁଡ଼ିକ ଦର ବୃଦ୍ଧି କରିବା ପରେ ରାଜ୍ୟ ସରକାର ଓମଫେଡ଼୍ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।