ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ : ୫୪ ବର୍ଷ ବୟସରେ ଆଖି ବୁଜିଲେ ବଲିଉଡ଼୍ ଅଭିନେତା

ପରଲୋକରେ ପ୍ରଖ୍ୟାତ ଅଭିନେତା ଇର୍ଫାନ ଖାନ୍ । ପରଦାରେ ଅଭିନୟର ଯାଦୁ କରି ହୃଦୟ କିଣିଥିବା ଇର୍ଫାନଙ୍କୁ ହରାଇ ହତବାକ୍ ଦର୍ଶକ, ସ୍ତବ୍ଧ ସିନେ ଜଗତ । ବଲିଉଡ ସହ ହଲିଉଡ ଫିଲ୍ମରେ ବି ଛାଡିଯାଇଛନ୍ତି ନିଜ ଅଭିନୟର ଛାପ

କନକ ବ୍ୟୁରୋ : ସିନେ ଜଗତରେ ଦୁଃଖର ଛାୟା । ଆଖି ବୁଜିଛନ୍ତି ବଲିଉଡ ଆଗଧାଡିର ଅଭିନେତା ଇରଫାନ୍ ଖାନ୍ । କ୍ୟାନସର ରୋଗରେ ଦୀର୍ଘଦିନ ହେଲା ପୀଡିତ ହେବା ପରେ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।  ୫୪ ବର୍ଷରେ ଆଖି ବୁଜିଲେ ଅଭିନେତା ଇରଫାନ୍ ଖାନ  । ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ଥିଲେ ଇରଫାନ୍ ଖାନ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । Colon infectionରେ ପୀଡ଼ିତ ଥିଲେ ଅଭିନେତା । ଅଭିନେତାଙ୍କ ଦେହାନ୍ତରେ ବଲିଉଡ଼୍ ସ୍ତବ୍ଧ  । ବଲିଉଡ଼ରେ ଶୋକବର ଛାୟା ଖେଳିଯାଇଛି ।

ଇରଫାନ୍ ଖାନଙ୍କ ଦେହାନ୍ତ ବିଷୟରେ ବଲିଉଡ଼ର ନିର୍ଦ୍ଦେଶକ ସୁଜିତ ସରକାର ଖବର ଦେଇଛନ୍ତି । ଅଭିନେତାଙ୍କ ଦେହାନ୍ତରେ ଅତି ଭାବୁକ ହୋଇ ଏକ ଟ୍ୱିଟ ପୋଷ୍ଟ କରିଛନ୍ତି ସୁଜିତ ସରକାର । ସେ ଲେଖିଛନ୍ତି ‘ମୋର ପ୍ରିୟ ବନ୍ଧୁ , ତୁମେ ଲଢ଼ି ଓ ଲମଇଲ । ମୁଁ ତୁମ ପାଇଁ ସବୁବେଳେ ଗର୍ବାନ୍ୱିତ । ଓମ ଶାନ୍ତି । ଇରଫାନ୍ ଖାନଙ୍କୁ ସଲାମ୍ ।

ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଅଙ୍ଗରେଜୀ ମିଡିୟମ୍ ପରଦାକୁ ଆସିଥିଲା । ହେଲେ ରିଲିଜ ଦିନ ହିଁ କରୋନା ପାଇଁ ଦେଶରେ ଲକଅବଧି ଘୋଷଣା ହେବାରୁ ତାହା ପରବର୍ତ୍ତୀ ସମୟକୁ ଘୁଞ୍ଚାଇଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe